April 27, 2026

ଗଜପତି:- ଜିଲ୍ଲାସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ । ୨୫ ଲକ୍ଷ ୨୦ହଜାର ୬୭୯ ଟଙ୍କା ଆଦାୟ

IMG-20251213-WA0034
Share

ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣ’ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ’ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ପୃଷ୍ଠପୋଷକତା’ରେ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ , ମୋହନା , ଆର. ଉଦୟଗିରି ଏବଂ କାଶୀନଗର ସ୍ଥିତ କୋର୍ଟରେ ଚଳିତ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।।
ଏହି ଅବସରରେ , ଗଜପତି ଜିଲ୍ଲା କୋର୍ଟର ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ସମେତ ଜିଲ୍ଲା କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ମୁଖ୍ୟ-ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ନରୋତ୍ତମ ସେଠି , ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ; ଡିଏଲଏସଏ:ର ସଚିବ ଶ୍ରୀ ବିମଲ ରାଉଳ ; ମହିଳା କୋର୍ଟର ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ; ଶ୍ରୀମତୀ ରସ୍ମିତା ସାହୁ , ମହିଳା କୋର୍ଟ; ଶ୍ରୀମତୀ ରମଣୀ ରଞ୍ଜନ ପାତ୍ର ପ୍ରମୁଖ ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ସେହିଭଳି ବିଷ୍ଣୁପ୍ରିୟା ସାମନ୍ତରାୟ – ଏସଡିଜେଏମ: ପାରଳାଖେମୁଣ୍ଡି; , ଶ୍ରୀ ଜଗଦୀଶ ପାଣି – ଜେଏମଏଫସି: -ପାରଳାଖେମୁଣ୍ଡି; , ଶ୍ରୀମତୀ ସୌଦାମିନୀ ବିଶ୍ୱାଲ-ସିଭିଲ ଜଜ୍ (ବରିଷ୍ଠ ବିଭାଗ) – ଆର. ଉଦୟଗିରି; , ଶ୍ରୀ ତରୁଣ କୁମାର ସେଠି , ଜେଏମଏଫସି-ଆର.ଉଦୟଗିରି ; ଶ୍ରୀ ସୁଭାଜିତ ବେହେରା , ଜେଏମଏଫସି- ମୋହନା ; ଏବଂ ଶ୍ରୀମତୀ ମୋନାଲି ବେହେରା – ଗ୍ରାମ ନ୍ୟାୟାଧିକାରୀ ତଥା ଜେଏମଏଫସି: , କାଶୀନଗର ସେମାନଙ୍କ ନିଜ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।
ଏଥିରେ ବିଭିନ୍ନ କୋର୍ଟରେ ଓକିଲ ମାନେ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ ଏହି ରାଷ୍ଟ୍ରିୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ମାନଙ୍କ ଅଧିକାରୀଙ୍କ ସମେତ ଟିପିସୋଡିଏଲ୍: ଅଧିକାରୀ ମାନେ ଉପସ୍ଥିତ ରହି ବକେୟା ଟଙ୍କା ଆଦାୟ କରିଥିଲେ ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ , ମୋଟ ୩ , ୫୪୨ ଟି ମାମଲା ଗ୍ରହଣ କରା ଯାଇଥିଲା , ସେଥି ମଧ୍ୟରୁ ୨,୭୫୩ ଟି ମାମଲା ସମାଧାନ କରାଯାଇ ପରିଣାମ ସ୍ୱରୂପ ୨୫ ଲକ୍ଷ ୨୦ ହଜାର ୬୭୯ ଟଙ୍କା ଆଦାୟ କରା ଯାଇଥିଲା ।
ଏହିଭଳି ଲୋକ ଅଦାଲତ’ର ଲକ୍ଷ୍ୟ ହେଉଛି – ବିବାଦ’ର ସୌହାର୍ଦ୍ଦ-ପୂର୍ଣ୍ଣ ସମାଧାନ ଏବଂ ମାମଲା ପ୍ରତ୍ୟାବର୍ତ୍ତକ’ଙ୍କୁ ଶୀଘ୍ର ଓ କମ ଖର୍ଚ୍ଚରେ ନ୍ୟାୟ ପ୍ରଦାନ କରିବା ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ।।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
——————————————–