March 11, 2026

ସାପକୋଠୀ ମସ୍ଚ୍ୟ ଅବତରଣ କେନ୍ଦ୍ରର ନିର୍ମାଣ କାର୍ଯ୍ୟତୁରନ୍ତ ସମ୍ପୂର୍ଣ୍ଣ କରାଯାଇ ମସ୍ଚ୍ୟଜୀବୀ ମାନଙ୍କୁ ଅର୍ପଣ କରାଯିବାକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପୁରୀ ମତ୍ସ୍ୟଜୀବି ସମନ୍ୱୟ ସମିତି

IMG-20251210-WA0164
Share

 

ପୁରୀ ସହରର ବାଲିନୋଳିଆ ସାହି ଓ ଗୌଡବାଡ଼ ସାହିର ମସ୍ଚ୍ୟଜିବି ମାନେ ରାଜଭବନ, ସାତ ଲହଡି ମଠ ଓ ଲାଇଟ ହାଉସ ବେଳାଭୂମିରେ ଡଙ୍ଗା ଜାଲ ରଖି ସମୁଦ୍ରରୁ ମାଛ ଧରି ବିକ୍ରି କରି ପରିବାର ପ୍ରତିପୋଷଣ କରିଆସୁଥିଲେ l ବେଳାଭୂମିର ସୌନ୍ଦର୍ଯ୍ୟକରଣ ନିମନ୍ତେ ମହାମାରୀ କରୋନା ସମୟରେ ତତକାଳୀନ ଜିଲ୍ଲାପାଳ ମସ୍ଚ୍ୟଜିବି ମାନଙ୍କର ଡଙ୍ଗା ଜାଲକୁ ସାପକୋଠୀ ନିକଟ ବେଳାଭୁମୀରେ ରଖିଲେ । ଏବଂ ଏହି ସ୍ଥାନରେ ମସ୍ଚ୍ୟଜିବି ମାନଙ୍କ ଜାଲ ଡ଼ଙ୍ଗା ରଖିବାର ସୁବ୍ୟବସ୍ଥିତ କରିବା ପାଇଁ “ମତ୍ସ୍ୟ ଅବତରଣ କେନ୍ଦ୍ର” ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା । ସେହି ଅନୁସାରେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ଉକ୍ତ କାର୍ଯ୍ୟର ଅର୍ଦ୍ଧାଧ‌ିକ ନିର୍ମାଣ ପରେ ବନ୍ଦ କରିଦିଆଗଲା ଏଣୁ ଏହାକୁ ତୁରନ୍ତ ସଂପୂର୍ଣ୍ଣ କରି ମତ୍ସ୍ୟଜୀବୀଙ୍କୁ ଅର୍ପଣ କରାଯାଉ ବୋଲି ଦାବି କରିଛନ୍ତି ମତ୍ସ୍ୟଜିବି ସମନ୍ୱୟ ସମିତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ