September 9, 2026

କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସସେସ ଠାରେ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ l

IMG-20251210-WA0011
Share

 

ପୁରୀ ବେଳାଭୂମି ସ୍ଥିତ ବାଲିଗୁଆଳି ରେ ଅବସ୍ଥିତ କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ ରେ ” ଔଷଧ ଉତ୍ପାଦନ ରେ କୃତିମ ବୁଦ୍ଧିମତା (A1) ଔଷଧ ଆବିଷ୍କାର ଏବଂ ବିକାଶରେ ଏକ ନୂତନ ଉଦାହରଣ ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଡିସେମ୍ବର ୯ ଏବଂ ୧୦ ୨୦୨୫ ଧରି ଦୁଇଦିନ କାଳ ଧରି ଅନୁଷ୍ଠିତ ହୋଇଯାଇଛି l ଡିସେମ୍ବର ୯ ତାରିଖରେ ଉକ୍ତ ଆଲୋଚନା ଚକ୍ରକୁ ଅନୁଷ୍ଠାନ ର ଅଧକ୍ଷ ପ୍ରଫେସର ଡ଼ଃ ଅମୀୟକାନ୍ତ ମିଶ୍ର, ମୁଖ୍ୟ ଅତିଥିଭାବେ ଶ୍ରୀଜଗନ୍ନାଥ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ପୁରୀର ଡିନ ଡ଼ଃ ଅମରେନ୍ଦ୍ର ନାୟକ, ମୁଖ୍ୟବକ୍ତାଭାବେ ସି. ଭି.ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ର ଡିନ ଡ଼ଃ ଅମୀୟ କୁମାର ପୃଷ୍ଟି, ଦିଲ୍ଲୀ ସ୍ଥିତ ଡି. ଆଇ. ପି. ଏସ. ଆର.ୟୁ ର ନିର୍ଦେଶକ ପ୍ରଫେସର ଡ଼ଃ ପ୍ରଭାତ କୁମାର ସାହୁ, ସିପିଏସ କଲେଜର ସମ୍ପାଦିକା ଇଞ୍ଜିନିଅର ରୋଜା ପ୍ରିୟଦର୍ଶୀ, ଭୁବନେଶ୍ୱର ସ୍ଥିତ ଓୟୁଏଚଏସ ର ଡିନ ସନ୍ତୋଷ କୁମାର ମହାପାତ୍ର, ଓସିପିଏସ କଲେଜର ନିର୍ଦେଶକ ଗଣେଶ ଦାଶ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବାସହିତ ପୂର୍ବ ବର୍ଷମାନଙ୍କ ମଧ୍ୟରେ ଏକ ନୂତନ ଔଷଧ ପ୍ରସ୍ତୁତି କରିବା କିମ୍ବା ଏକ ବିରଳ ରୋଗର ଚିହ୍ନଟ କରିବାର ଯେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ତାହା ଏକ କୃତିମ ବୁଦ୍ଧିମତା (ଏ ଆଇ ) ର ଉଦ୍ଭାବନ ହେବାପରେ ଔଷଧ ପ୍ରସ୍ତୁତି ଓ ରୋଗ ନିରୂପଣ ଉପରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି l ଯାହାଦ୍ୱାରା କି ନୂତନ ପ୍ରକାର ରୋଗର ଔଷଧ ଅତି ସହଜରେ ଏବଂ ନିର୍ଭୁଲ ଭାବରେ ପ୍ରସ୍ତୁତ ହେବା ସହିତ ଏଆଇ ମାଧ୍ୟମରେ ବିରଳ ରୋଗର ଚିହ୍ନଟ କରାଯାଇ ତାହାର ଉପଯୁକ୍ତ ଚିକିତ୍ସା କରାଯାଇପାରୁଛି l ଅନୁଷ୍ଠାନ ର ସମ୍ପାଦକ ଇଞ୍ଜିନିଅର ରୋଜା ପ୍ରିୟଦର୍ଶୀ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ରେ ମାନନିବେଶ କରି ନିଜକୁ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତିଭାବେ ଗଢି ତୋଳିବା କୁ ଉପଦେଶ ଦେବା ସହିତ ଆଜିର ଆଲୋଚିତ ବିଷୟବସ୍ତୁ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟାପକ ଶିଧେଶ୍ୱର ପ୍ରସାଦ ପାଟ୍ଟଯୋଶୀ ପରିଚାଳନା କରିଥିବାବେଳେ ଡ଼ଃ ନିକୁଞ୍ଜ ବିଶୋଇ ମିଶ୍ର ବୈଜ୍ଞାନିକ ଅଧିବେଶନ କୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟାପକ ଅଧ୍ୟାପିକା ସମ୍ପୂର୍ଣ୍ଣ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ