March 8, 2026

ଜାଗେଶ୍ୱରୀ ସେବା ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ, ବିଭାଗୀୟ ତଦନ୍ତ ଦାବୀ ..

IMG-20251207-WA0188
Share

ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର) ଜଙ୍କିଆ ଥାନା ଅନ୍ତର୍ଗତ ହଜ ଗ୍ରାମପଞ୍ଚାୟତର ନିଧିପୂର ରେ ଥିବା ଜାଗେଶ୍ୱରୀ ସେବା ସମବାୟ ସମିତିରେ ଚାଲିଛି ଦୁର୍ନୀତି ବୋଲି ସ୍ଥାନୀୟ ଚାଷୀ ଓ ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ କି ଜାଗେଶ୍ୱରୀ ସେବା ସମିତି ରେ ଆବଶ୍ୟକତା ଠାରୁ ଅଧିକ ମୂଲ୍ୟରେ ବିନା ବିକ୍ରୟ ରସିଦ୍ ରେ ଚାଷୀ ଙ୍କୁ ସାର ବିକ୍ରି କରିବା ଚାଷୀଙ୍କ ଫସଲ ବୀମା ବାବଦ ଅର୍ଥ ହଡ଼ପ କରିବା ଆଦି ବିଭିନ୍ନ ଦାବିରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ତରଫରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବାପରେ ମଧ୍ୟ ବିଭାଗ ତରଫରୁ କୌଣସି ତଦନ୍ତ କରାନଯିବାରୁ ବିଗତ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଖୋର୍ଦ୍ଧା ଉପନିବନ୍ଧକ ଙ୍କ ତରଫରୁ ଯେଉଁ ତଦନ୍ତ କରାଯାଇଥିଲା ସେଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସନ୍ତୁଷ୍ଟ ହୋଇପାରିନଥିଲେ । ଶେଷରେ ଉକ୍ତ ଚାଷୀମାନେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ଏହାର ତଦନ୍ତ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ନିବନ୍ଧକ ଓ ଉପନିବନ୍ଧକ ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ନିବନ୍ଧକ ଓ ଉପନିବନ୍ଧକ ଏହାର ଯୁଗ୍ମ ତଦନ୍ତ ନିମନ୍ତେ ତାଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅଧିକାରୀ ବିଷ୍ଣୁପ୍ରସାଦ ମିଶ୍ର ଓ ତପନ କୁମାର ଦାସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୬ ତାରିଖ ଦିନ ଉଭୟ କାର୍ଯ୍ୟାଳୟ ର ଏହି ଦୁଇ ତଦନ୍ତ ଅଧିକାରୀ ଜାଗେଶ୍ୱରୀ ସେବା ସମବାୟ ସମିତି କୁ ତଦନ୍ତରେ ଆସି ଅଭିଯୋଗକାରୀ ଚାଷୀ ମାନଙ୍କ ଉପସ୍ଥିତି ରେ ତଦନ୍ତ କରିଥିଲେ । ଏହି ତଦନ୍ତ ରେ ଉକ୍ତ ସେବା ସମବାୟ ସମିତିର ସଭାପତି , ସମ୍ପାଦକ , ପରିଚାଳନା କମିଟିର ପରିଷଦ ଓ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ । ଅଳ୍ପ ସମୟ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ମାନେ ମଧ୍ୟାନ୍ହ ଭୋଜନ ସାରି ଅବଶିଷ୍ଟ ତଦନ୍ତ କରାଯିବ କହି ଘଟଣା ସ୍ଥଳରୁ ଖସି ଯାଇଥିଲେ ହେଁ ପୁନଃ ତଦନ୍ତ କରିବାକୁ ଆଉ ଆସିନଥିଲେ । ତେବେ ତଦନ୍ତ ପରିସରଭୁକ୍ତ ଅଭିଯୋଗ କାରୀ ଚାଷୀମାନେ ନିରାଶରେ ଘରକୁ ଫେରିଥିଲେ । କ୍ଷତିଗ୍ରସ୍ତ ଚାଷୀମାନଙ୍କ କହିବା କଥା ଯଦି ବାରମ୍ବାର ଅଭିଯୋଗ ପରେ ତଦନ୍ତ ରିପୋର୍ଟ ଉପଯୁକ୍ତ ନହୁଏ ଆଗାମୀ ୧୯ ତାରିଖରେ ଜାଗେଶ୍ୱରୀ ସେବା ସମବାୟ ସମିତି କୁ ତାଲା ପକାଇବା ସହ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।