April 29, 2026

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୫ “ସମ୍ଭବ” ପାଳିତ 

IMG-20251204-WA0002
Share

             ବାରିପଦା – ତା :- ୦୩/୧୨/୨୦୨୫ ରିଖ ମୁର୍ଗାବାଡି ସ୍ଥିତ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସ୍ବେଛାସେବୀ ସଂଗଠନ ସାଧନାର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୫ “ସମ୍ଭବ” ପାଳିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦିବ୍ୟାଙ୍ଗ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ସାଧନାର ନିର୍ଦ୍ଦେଶକ ପ୍ରଭାକର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ସାମାଜିକ ପ୍ରଗତିରେ ଦିବ୍ୟାଙ୍ଗ ସମବେଶୀ ସମାଜକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ I ଏହି କାର୍ଯ୍ୟକ୍ରମରେ ୧୧୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କର ଅଭିଭାବକ ଯୋଗଦେଇଥିଲେ I ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଆଲି ଚାମୁଚ ପ୍ରତିଯୋଗିତାରେ ଶ୍ରୀପଦଗଞ୍ଜ ଉଚ୍ଚ ବିଦ୍ୟାଳୟର ସଞ୍ଜୟ ପାତ୍ର ୧ମ, ଅରବିନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓମ ବେହେରା ୨ୟ, ବିର୍ସାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିବୁ ସିଂହ ୩ୟ, ମ୍ୟୁଜିକ ଚେୟାରରେ ରାଗଧା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁଭଦ୍ରା ମହାନ୍ତ ୧ମ, ବନସ୍ଥଳୀ ବିଦ୍ୟାପୀଠର ଯଶୋଦା ମହାକୁଡ଼ ୨ୟ, ବେତନା ସେବାଶ୍ରମର ଲକ୍ଷ୍ମୀପ୍ରିୟା ସିଂ ୩ୟ, ବଲ ପାସିଙ୍ଗରେ ତଳସାହି ପ୍ରାଥମିକ ବିଦ୍ୟାଳୟର ମେଘରାଇ ହେମ୍ବ୍ରମ ୧ମ, କେନ୍ଦ୍ରୀୟ ବିଦ୍ୟାଳୟର ୟାଶ ବିଶ୍ୱାଳ ୨ୟ, ବିର୍ସାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପବିତ୍ର କୁମାର ମୁର୍ମୁ ୩ୟ, ବଲିଂ ଥ୍ରୋ ରେ ତଳସାହି ପ୍ରାଥମିକ ବିଦ୍ୟାଳୟର ମେଘରାଇ ହେମ୍ବ୍ରମ ୧ମ, ଶରତ ଚନ୍ଦ୍ର ବିଦ୍ୟାପୀଠର ଶିବ ପ୍ରସାଦ ସିଂ ୨ୟ, ଅରବିନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭମ ବେହେରା ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ପୁରୁଣାହାଟସାହି ପ୍ରାଥମିକ ବିଦ୍ୟାଳୟର ପରିତୋଷ ପ୍ରଧାନଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିବା ବେଳେ ଅଧିକ ଭିନ୍ନକ୍ଷମତା ଯୋଗୁଁ ସ୍କୁଲକୁ ଆସିପାରୁନଥିବା ଭଞ୍ଜଭୂମି ଉଚ୍ଚ ବିଦ୍ୟାଳୟର ଅଭିଜିତ ମଲ୍ଲିକ ଓ ଅଙ୍କିତା ପଲେଇଙ୍କୁ ଗୃହଭିତ୍ତିକ ଶିକ୍ଷା ନିମନ୍ତେ ଟାବଲେଟ ପ୍ରଦାନ କରାଯାଇଥିଲା I ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ I ଗୋଷ୍ଠୀ ସାଧନ କର୍ମୀ ଦିଲ୍ଲୀପ କୁମାର ଦାସ ଓ ରେଖାରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ଉକ୍ତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସାଧନାର ସମସ୍ତ କର୍ମୀ, ସମସ୍ତ ସି ଆର ସି ସି ତଥା ଡାଏଟ, ବାରିପଦା ଓ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

You may have missed