“ଘୁମୁସର ର ସ୍ବର” ପକ୍ଷରୁ ୧୨୪ତମ ସାହିତ୍ୟ ଆଲୋଚନା ଚକ୍ର” ଓ ଭଞ୍ଜ ସଙ୍ଗୀତ ଆସର
ବୁଗୁଡା:-ତା-୦୬-୦୫-୨୦୨୩ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ପବିତ୍ର ବୁଦ୍ଧ ପୁର୍ଣ୍ଣିମା ଅବସରରେ ସଂସ୍କୃତି ପରଂପରାର ଗାଁ ଝୋଲରୀ ଠାରେ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ପୌରହିତ୍ଯରେ ୧୨୪ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ସଙ୍ଗୀତ ଆସର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ବିଶିଷ୍ଠ ଗବେଷକ ତଥା ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବ୍ରଜ କିଶୋର ପାଢ଼ୀ ଯୋଗଦେଇ କଳାକାର ଏବଂ ନବୀନ ଲେଖକ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଅନ୍ୟ ତମ ଅତିଥି ଭାବେ ଭଞ୍ଜନଗର ନୁ୍ତ୍ୟାୟନ କଳାକେନ୍ଦ୍ର ସଂଚାଳକ ଗୁରୁ ରବିନ୍ଦ୍ର କୁମାର ଦାସ, ସମାଜସେବୀ ଖଲି ପରିଡା, କୈଳାସ ଚନ୍ଦ୍ର ପ୍ରଧାନ, ଜି. ରାଜେଶ୍ବର ପାତ୍ର, କେ.ରାଘବ ପାତ୍ର, ପ୍ରଧାନ ଶିକ୍ଷକ ଇ. ନୀଳାଚଳ ପାତ୍ର, ଇଂ.ବିପ୍ର ଚରଣ ପାତ୍ର, ବି.ଗଙ୍ଗାଧର ପାତ୍ର, ପ୍ରଦିପ କୁମାର ସାମନ୍ତରା, ରବି ପାତ୍ର, ଦିଲ୍ଲିପ ପରିଡା, ଶିବାନୀ ପାତ୍ର, କାର୍ତିକେଶ୍ଵର ବିଷୋୟୀ, ଅଭିମନ୍ୟୁ ଡାକୁଆ, ସତ୍ଯ ବାଦୀ ପାତ୍ର, ରାଜ ଗୋପାଳ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ନବୀନ କଳାକାର ମାନେ ଦଶଟି ଶ୍ରେଷ୍ଠ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ସଂସ୍କୃତି ପ୍ରେମୀ ସ୍ବର୍ଗତ ବାରଡା ରଙ୍ଗବତୀ ପାତ୍ରଙ୍କ ସ୍ମତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା। ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ତତ୍ବାବଧାନରେ ଝୋଲାରୀ ନାମ ସଂକୀର୍ତ୍ତନ ଦଳ ସଂଙ୍କିର୍ତ୍ତନ ପରିବେଷଣ କରିଥିଲେ। ଶେଷରେ ଦ୍ୟୁତିକ୍ରୁ୍ଷ୍ଣ ବିଶ୍ବାଳ ଧନ୍ଯବାଦ ଅର୍ପଣ କରିଥିଲେ।
********