ବାଲ୍ୟ ବିବାହ ମୁକ୍ତ ଭାରତ ମଶାଲ ଅଭିଯାନ

IMG-20251127-WA0064
Share

 

 

ସମ୍ବଲପୁର, ୨୭. ୧୧():ନୂଆଦିଲ୍ଲୀ ର ଜଷ୍ଟ ରାଇଟ ଫର ଚିଲଡ୍ରେନ ସହାୟତା ରେ ସମ୍ବଲପୁର ସମନ୍ମିତ ପ୍ରତିଷ୍ଠାନ, ଜମନକିରା, ସମ୍ବଲପୁର ଆନୁକୂଲ୍ୟରେ ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ, ଚକୁଳିଆ ଗ୍ରାମ ପଞ୍ଚଯାତ ର ବିଭିନ୍ନ ଗ୍ରାମ ଗୁଡିକରେ ବାଲ୍ୟ ବିବାହ ମୁକ୍ତ ଭାରତ ମଶାଲ ଅଭିଯାନ ଅନୁଷ୍ଠିତ ହୋଇ ଥିଲା। ଏହି ଅଭିଯାନ ରେ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ପଂଚାୟତରାଜ ସଭ୍ୟ ସଭ୍ୟା, ଆଇସିଦିଏସ କର୍ମଚାରୀ, ଗ୍ରାମବାସି ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ବାଲ୍ୟ ବିବାହ ର କୁପରିଣାମ ସମ୍ବନ୍ଧରେ ସଚେତନ କରାଇବା, ପ୍ରତ୍ୟକ ଶିଶୁ ଯେପରି ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ଓ ସମସ୍ତ ପ୍ରକାରର ସୁରକ୍ଷା ନିରାପଦ ଏବଂ ବାଲ୍ୟବିବାହ ମୁକ୍ତ ପରିବେଶ ପାଇପାରିବେ ଏଥିପାଇଁ ଗ୍ରାମ ବାସି ଏକତ୍ର ଭାବରେ ପ୍ରଚେଷ୍ଟା ବଳବତର ରଖିବେ ଏହାର ମୂଳ ଲକ୍ଷ, ଏହି ପରିପ୍ରେକ୍ଷୀରେ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଏତଦ ସହିତ ବାଲ୍ୟ ବିବାହ ମୁକ୍ତ ପଂଚାୟତ ଘୋଷଣା କରିବା ଏବଂ ସମସ୍ତ ଶିଶୁ ଯେପରି ସେମାନଙ୍କର ଅଧିକାର କୁ ପ୍ରାପ୍ତ କରି ପାରିବେ, ସୁସ୍ଥ, ଶିକ୍ଷିତ ଓ ମୁକ୍ତ ଜୀବନ କାଟିବେ ଏହାହିଁ ଶହେ ଦିନିଆ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସଚେତନ କରାଯାଇଥିଲା।

You may have missed