ମହାରାଷ୍ଟ୍ର ପୁନେର ଗାଥାଚୁର୍ସ ପକ୍ଷରୁ ” ଶ୍ରୀଜଗନ୍ନାଥପୁରୀ ତୀର୍ଥଯାତ୍ରା ‘
ପୁରୀ – ମହାରାଷ୍ଟ୍ର ପୁନେର ଆୟନ୍ଦୀ ଦେବଜୀ ର ଅନୁଷ୍ଠାନ ଗାଥାଚୁର୍ସ ର ଅଧକ୍ଷ ଗଣେଶଜୀ ମହାରାଜଙ୍କ ନେତୃତ୍ୱରେ ” ଶ୍ରୀଜଗନ୍ନାଥପୁରୀ ତୀର୍ଥଯାତ୍ରା ” ରେ ୧୧୫ଜଣ ତୀର୍ଥଯାତ୍ରୀ ପୁରୀରେ ପହଞ୍ଚି ଏକ ଶୋଭାଯାତ୍ରା ରେ ଶ୍ରୀମନ୍ଦିର ଯାଇ କାଳିଆ ଦର୍ଶନ କରିବା ସହିତ ବଳଗଣ୍ଡି ଛକ ଜାନକୀ ରେସିଡେନ୍ସ ସଭାଗୃହ ରେ ଦିନରେ ପ୍ରବଚନ ଏବଂ ସନ୍ଧ୍ୟାରେ କୀର୍ତ୍ତନ ହେଉଥିବାର ଜଣାଇଛନ୍ତି ମହାରାଜ ଗଣେଶଜୀ l ଜଗା ଦର୍ଶନ କରିସାରିବା ପରେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି ଆସିଥିବା ତୀର୍ଥଯାତ୍ରୀମାନେ କହିବା ସହିତ ପୁରୀରେ ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ରିକ୍ସା ଚାଳକ, ରାସନ ଦୋକାନୀ, ପରିବା ଦୋକାନୀ ସମସ୍ତେ ପୁରୀରେ ଅତିଥିଙ୍କଭଳି ବ୍ୟବହାର ସେମାନଙ୍କୁ ଆନନ୍ଦ ଦେଇଛିବୋଲି ଗଣମାଧ୍ୟମକୁ ଖୁସିର ସହିତ ଜଣାଇଛନ୍ତି ଗଣେଶଜୀ ମହାରାଜ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
