March 10, 2026

ପିପୁଲ୍ଲ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ

IMG-20251126-WA0066
Share

ବୁଗୁଡ଼ା :ତା ୨୬/୧୧/୨୫: ସ୍ଥାନୀୟ ପିପୁଲ୍ଲ କଲେଜର

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ

ଦିବସ ପାଳନ ସହ ଏକ ଆଲୋଚନା ଚକ୍ର ମଧ୍ୟ

ଅନୁଷ୍ଠିତ ହୋଇଯାଇଛି । କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ

ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ

ଅତିଥି ଭାବେ ବିଭାଗୀୟ ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଅବଗତ କରାଇଥିଲେ । ଏ ଅବସରରେ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମ୍ବିଧାନର ପ୍ରସ୍ତାବନାଟିକୁ ଗ୍ରହଣ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏଥି ସହ ସମ୍ବିଧାନ ପ୍ରଣୟନର ଉପାଦେୟତା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା ଏବଂ ଆଲୋଚନା ଚକ୍ରର ଶୀର୍ଷକ ” ଦି କନଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ : ଫାଉଣ୍ଡେସନ ଅଫ୍ ମଡର୍ଣ୍ଣ ଡେମୋକ୍ରାସି ” ରହିଥିବା ବେଳେ ଦିପ୍ତିମୟୀ ଡାକୁଆ, ଶ୍ରଦ୍ଧାଞ୍ଜଳି ବେହେରା, ସୋମିତ୍ ପରିଡା, ଜ୍ଯୋର୍ତିମୟୀ ସାହୁ ଓ ପୁଷ୍ପିତା ସେଠୀ ପ୍ରମୁଖ ଛାତ୍ରଛାତ୍ରୀ ସେମିନାର ପେପର ପ୍ରେଜେଣ୍ଟେସନ୍ କରିଥିଲେ । ପରିଶେଷରେ ଛାତ୍ରୀ ପୂଜା ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।