ମାତୃ-ପିତୃହିନ ଶିଶୁଙ୍କ ଦାୟିତ୍ଵ ନେଲା ଗଜପତି ଜିଲ୍ଲା ପ୍ରଶାସନ
ମୋହନା ବ୍ଲକର କର୍ଚ୍ଚବାଡ଼ି ପଂଚାୟତ ଅନ୍ତର୍ଗତ ଖାରିକୁଟି ଗ୍ରାମର ଦମ୍ପତି ସ୍ବର୍ଗତ ଜଳେଶ୍ଵର ମଲ୍ଲିକ ଓ ରାଜେଶ୍ୱରୀ ମଲ୍ଲିକଙ୍କ ମୃତ୍ୟୁ ପରେ ସେମାନଙ୍କର ଚାରି ଗୋଟି ସନ୍ତାନ ଯଥା – ଛଦ୍ମନାମ କ୍ରିଶ ମଲ୍ଲିକ (13 ବର୍ଷ ) ପପ୍ପୁ ମଲ୍ଲିକ (11 ବର୍ଷ ) ସୁର ମଲ୍ଲିକ (8 ବର୍ଷ ) ରିକି ମଲ୍ଲିକ (5 ବର୍ଷ ) ପିତୃ ମାତୃ ହୀନ ହୋଇ ଯାଇଥିଲେ । ପୂର୍ବରୁ ଶିଶୁମାନେ ସେମାନଙ୍କର ବଡ଼ ଭଉଣୀ ଶ୍ରୀମତୀ ଶିଫନୀ ମଲ୍ଲିକ (ବିବାହିତ)ଙ୍କ ଘରେ ଯାଇ ଆଶ୍ରୟ ନେଇ ଆସୁଥିଲେ। ମାତ୍ର ସେମାନଙ୍କର ବଡ଼ ଭଉଣୀଙ୍କ ଆର୍ଥିକ ଅବସ୍ଥା ଠିକ୍ ନଥିବା ହେତୁ ସେମାନେ ଅସହାୟ ଅବସ୍ଥାରେ ରହୁଥିଲେ. ଉକ୍ତ ପିଲା ମାନଙ୍କର ଅବସ୍ଥା ସମ୍ପର୍କରେ ଜଣା ପଡିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତିଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀ ନରେଶ ନାୟକ (ସମାଜ ସେବି, ଡ଼ିସିପିୟୁ), ଏ ରବି କୁମାର, ସୁପର ଭାଇଜର (CHL) ଏବଂ ଡେ଼ଷ୍ଟାର ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚି ଚାରି ଗୋଟି ଶିଶୁମାନଙ୍କୁ ଉଦ୍ଧାର କରିଥିଲେ, ଏବଂ ସେମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ସମ୍ମୁଖରେ ଉପସ୍ଥାପନା କରା ଯାଇଥିଲା ।
ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଧେଶ ଅନୁସାରେ ପିଲାମାନଙ୍କୁ ଜରାଉ ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ, ଡେ଼ଷ୍ଟାର ହୋମ, ମୋହନାରେ ଥଇଥାନର ବ୍ୟବସ୍ଥା କରାଯାଇଅଛି ।
