ପିପୁଲ୍ସ କଲେଜ ଅଧ୍ୟକ୍ଷ ଭାବେ ହରିକୃଷ୍ଣ ନାୟକଙ୍କ ଦାୟିତ୍ବ ଗ୍ରହଣ

ବୁଗୁଡ଼ା : ତା ୦୫/୦୫/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଗଣିତ ଅଧ୍ଯାପକ ହରିକୃଷ୍ଣ ନାୟକ ନୂତନ ଅଧ୍ଯକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ ପରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଗଣ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରାକ୍ତନ ଅଧ୍ଯକ୍ଷ ରଜନୀ କାନ୍ତ ଦାଶଙ୍କ ଅବସର ଗ୍ରହଣ ପରେ ବରିଷ୍ଠତା ଭିତ୍ତିରେ ଅଧ୍ଯାପକ ହରିକୃଷ୍ଣ ନାୟକ ଏହି ଅଧ୍ଯକ୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି ।
