July 14, 2026

ବିଜେଡି ଗୋଡ଼ରେ କଂଗ୍ରେସ ବାଜି ମାରିଲା

IMG-20230505-WA0000
Share

ବିଜେଡି ଗୋଡ଼ରେ କଂଗ୍ରେସ ବାଜି ମାରିଲା

 

କୁକୁଡ଼ାଖଣ୍ତି ବ୍ଲକ ଅଧିନରେ ଥିବା ଶିହଳା ଗ୍ରାମ ପଞ୍ଚାୟତ ଉପ-ନିର୍ବାଚନ ନିମନ୍ତେ ସରପଞ୍ଚ ପଦ ପାଇଁ ତିନି ଜଣଙ୍କ ମଧ୍ୟରେ କଂଗ୍ରେସ ସମର୍ଥକ ଭାବେ ଗୌରୀ ଗୌଡ଼ , ସ୍ୱାଧୀନ ଭାବେ ରଞ୍ଜିତା ଗୌଡ଼, ବିଜୁ ଜନତା ଦଳର ସମର୍ଥିତ ଭାବେ ସୁନୀତା ବେହେରା ମଧ୍ୟରେ କଡା ମୁକାବିଲା ହୋଇଥିଲା । ପୂର୍ବରୁ ଏହି ପଞ୍ଚାୟତ ବିଜେଡି ଭାବେ ଭେଷ ପରିଚିତ ଥିଲେ କିନ୍ତୁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏଥିରେ ବିଜେଡି ସମର୍ଥକ ଭାବେ ସୁନୀତା ବେହେରା ୧୨୦୩ ଭୋଟ ପାଇଁ ଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାବେ ରଞ୍ଜିତା ଗୌଡ଼ ୫୧୬ ଭୋଟ ପାଇଁ ଥିଲେ। ବୋଉ ବର୍ଷା ପରେ ଏହି ବ୍ଲକରେ ପ୍ରଥମ ଥର ପାଇଁ ଉପ-ନିର୍ବାଚନରେ କଂଗ୍ରେସ ସମର୍ଥକ ଭାବେ ଗୌରୀ ଗୌଡ଼ ୧୪୪୦ ଭୋଟ ପାଇଁ ୨୩୭ ଟି ଭୋଟ ଆଗୁଆ ରହି ବିଜୟ ହୋଇଥିଲା ବେଳେ ୧୯୪ ଭୋଟ ଅଗ୍ରାହ୍ୟ ହୋଇଛି। ସେହିପରି କଙ୍କିଆ ଗ୍ରାମ ପଞ୍ଚାୟତର ୬ ନଂ ଓ୍ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ୨ଜଣ ହେଲେ କୁମାରୀ ମଲ୍ଲିକ ୫ ଟି ଭୋଟ ପାଇଁ ଥିଲେ ବେଳେ ଗୀତା ମଲ୍ଲିକ ୯୫ ଟି ଭୋଟ ପାଇଁ ବିଜୟ ହୋଇଥିଲା। ସେହିପରି ବାଲିପଡା ୭ ନଂ ଓ୍ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ୩ଜଣ ମଧ୍ୟରେ ମିନତୀ ରାଉତ ୪୭ଟି ଭୋଟ ମିଳିଥିବା ବେଳେ ରଞ୍ଜିତା ବେହେରା ୬୫ଟି ଭୋଟ ଆଗୁଆ ଥିବା ବେଳେ ଟୁନି ଜେନା ୧୧୬ ଟି ଭୋଟ ପାଇଁ ବିଜୟ ହୋଇଥିଲା। ସେହିପରି ଅନନ୍ତୋଇ ୬ ନଂ ଓ୍ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ୨ଜଣ ମଧ୍ୟରେ ପୁଷ୍ପାଞ୍ଜଳି ବେହେରା ୧୪୧ଟି ଭୋଟ ପାଇଁ ଥିବା ବେଳେ ଝିଲି ସେଠୀ ୧୫୭ଟି ଭୋଟ ପାଇଁ ବିଜୟ ହୋଇଥିଲା ।ସେହିପରି ବାଘଲଟି ଗ୍ରାମ ପଞ୍ଚାୟତର ୪ ନଂ ଓ୍ୱାର୍ଡମେମ୍ବର ପାଇଁ ୩ଜଣ ମଧ୍ୟରେ ଗୋପି ନାୟକ ୯୮ ଟି ଭୋଟ ପାଇଁ ଥିବା ବେଳେ ରାଜୁ ନାୟକ ୮୭ ଟି ଭୋଟ ପାଇଁ ଥିଲେ ବେଳେ ସୁନୀତା ଗୌଡ଼ ୧୮୯ଟି ଭୋଟ ପାଇଁ ବିଜୟ ହୋଇଥିଲା । ବୋଲି କୁକୁଡ଼ାଖଣ୍ତି ବ୍ଲକ ନିର୍ବାଚନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ବାଇଁ ସୂଚନା ଦେଇଛନ୍ତି। ଆଜିର ଭୋଟ ଗଣତି ବେଳେ କୁକୁଡ଼ାଖଣ୍ତି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ରହ୍ମପୁର ସଦର ଏସଡିଓ ଶିବଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ, ଜିପିଓ ମନେଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed