March 10, 2026

ସ୍ରୃଜନୀ ଶିଶୁ ନାଟ୍ୟ ମହୋତ୍ସବରେ  ତୁ ମୋ ଆଖିର ତାରା ମଞ୍ଚସ୍ଥ 

IMG-20251109-WA0040
Share

ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ରୃଜନୀ ଓ ରାଜ୍ୟ ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ର ମିଳିତ ଆନୁକୁଲ୍ୟରେ ଚାଲିଥିବା ଚାରିଦିନ ବ୍ୟାପି ଶିଶୁ ନାଟକ ମହୋତ୍ସବରେ ଚିଲିକା ବ୍ଲକ ଅନ୍ତର୍ଗତ ମଠପୁର ର ନାଟ୍ୟାନୁଷ୍ଠାନ ପଲ୍ଲବୀ ନାଟ୍ୟ କଳା ପରିଷଦ ର ଶିଶୁ କଳାକାର ମାନଙ୍କ ଦ୍ବାରା ଅଭିନୀତ ନାଟକ ତୁ ମୋ ଆଖିର ତାରା ଭଞ୍ଜ କଳା ମଣ୍ଡପ ଅଡିଟୋରିୟମରେ ଉଦ୍ ଘାଟନ ଦିବସ ର ପ୍ରଥମ ସନ୍ଧ୍ୟା ରେ ଭରପୁର ଦର୍ଶକ ଙ୍କ ଗହଣରେ ମଞ୍ଚସ୍ଥ ହୋଇ ଯାଇଛି। ନାଟ୍ୟକାର ଅଶୋକ କୁମାର ପ୍ରଧାନ ଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକ ର ଡିଜାଇନର ଓ ମାର୍ଗ ଦର୍ଶକ ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଓ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଥିବା ବେଳେ ବିଭିନ୍ନ ଭୂମିକାରେ ଶିଶୁ କଳାକାର ବର୍ଷା ପ୍ରଧାନ ,ପିଆଲୀ ପ୍ରିୟଦର୍ଶିନୀ ବେହେରା, ଅର୍ପିତା ସାହୁ,ମାମାଲୀ ପ୍ରଧାନ, ଶିବାନୀ ସ୍ଵାଇଁ, ସୋନା କ୍ଷୀ ବେହେରା, ମଧୁସ୍ମିତା ପ୍ରଧାନ, ଅନ୍ନପୂର୍ଣ୍ଣା ପ୍ରଧାନ, ଅନିତା ପ୍ରଧାନ, କଣ୍ଢେଇ ଦାସ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ରେ ଥିଲେ ବିଜୟ କୁମାର ସେଠି ଓ କଣ୍ଠଦାନ କରିଥିଲେ ଲକ୍ଷ୍ମୀ ଧର ସାହୁ ଓ ସୋଜାଲିନ୍ ଅରିଶଲ। କାହାଣୀ ଟି ସାମ୍ପ୍ରତିକ ସମାଜରେ ଵ୍ରୃଦ୍ଧ ମାତାଙ୍କୁ

ପରିବାର ଦ୍ବାରା ଅନାଦର ଓ ଜନୈକ ଶିଶୁ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି କୁପଥଗାମୀ

ଦ୍ଵିତୀୟ ପୀଢ଼ି ର ବ୍ୟକ୍ତି ଙ୍କ ମନରେ ଚେତନା ସ୍ରୃଷ୍ଟି କରିବା ଉପରେ ଆଧାରିତ ଥିଲା।