ଡାହାରୁପଡାରେ ଗୋକୁଳାଷ୍ଟମୀ ମହୋତ୍ସବ..
ଅଦ୍ଯ ତା-୩୦/୧୦/୨୦୨୫ରିଖ ଗୁରୁବାର ଅତାବିରା ବ୍ଲକ ଅମଲିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡାହାରୁପଡା ଗ୍ରାମରେ ୧୮ତମ ଶ୍ରୀ ଶ୍ରୀ ଗୋକୁଳାଷ୍ଟମି ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି | ସର୍ବପ୍ରଥମେ ଗ୍ରାମର ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ଶ୍ରୀ ସୀତାରାମ ଧନବାର୍ ଓ ମମତା ଧନବାର୍ କର୍ତ୍ତା ଦାୟିତ୍ୱ ତୁଲାଉଥିବା ବେଳେ ପଣ୍ଡିତ ଶ୍ରୀ ରଙ୍କମଣି ହୋତା ପୂଜାକାର୍ଯ୍ୟ ତୁଲାଉଛନ୍ତି ଏବଂ ସହଯୋଗ କରୁଛନ୍ତି ଶ୍ରୀ ହର ମହାପାତ୍ର ଓ ଶ୍ରୀ ଗୌରହରି ପ୍ରଧାନ | ପୂଜା କମିଟିର ସଭାପତି ଶ୍ରୀ ଧନିରାମ ଦାସ, ଉପସଭାପତି ଶ୍ରୀ ଶିବ ବାରୁ,ସ°ପାଦକ ଶ୍ରୀ ବଳଦେବ ଟପ୍,ସହସ°ପାଦକ ଶ୍ରୀ ଚୈତନ୍ୟ ହର, କୋଷାଧ୍ୟକ୍ଷ ଶ୍ରୀ କମଳାକାନ୍ତ କୁମ୍ଭାର,ସହକୋଷାଧ୍ୟକ୍ଷ ଶ୍ରୀ ପିଙ୍କୁ ଟପ୍ ତଥା ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଶ୍ରୀ ଶଙ୍କର ବାରୁ, ଶ୍ରୀ ସୁବାଷ ମହାନନ୍ଦ, ଶ୍ରୀ ଗଣେଶ ଟପ୍, ଶ୍ରୀ କୈଳାସ ଭେଙ୍ଗ୍ରା, ଶ୍ରୀ ମଙ୍ଗଳୁ ହର | ମନୋରଞ୍ଜନ ସକାଶେ ସାହାସପୁର ଝାରସୁଗୁଡ଼ାର କୃଷ୍ଣଗୁରୁ ଭଜନ ଦଳ ଓ ରାତିରେ ଜଟଲା ଶ୍ରୀଗିଡାର ନାଟକ ପରିବେଷଣ କରାଯିବ | ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ସମାଗମ ସକାଶେ ଅତାବିରା ପୋଲିସ ଦ୍ୱାରା ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି | ସମସ୍ତଙ୍କ ପାଇଁ ଅନ୍ନକୋଟ ର ବ୍ୟବସ୍ଥା କରାଯାଇଛି | ଏହି ଉତ୍ସବରେ ଗ୍ରାମର ସଭାରୁ ବାରୁ, ପ୍ରଦୀପ ହର, ମଣ୍ଟୁ ଟପ୍, ଗୋପିନାଥ ହର, ସୁକାନ୍ତ ମହ୍ଳାର୍,ବାଦଳ ତାଣ୍ଡି,କେଶବ ନାଗ୍,ବିବେକ ମହାନନ୍ଦ, ସୁମନ୍ତ ମହାନନ୍ଦ, କହ୍ନେଇ ହର, ରଞ୍ଜନ ହର, ମନୋଜ ହର, ଦୁର୍ଯ୍ୟୋଧନ ବାରିକ,ବାବୁଲୁ ତପନ୍, ରାଜେଶ ଦାସ, ମନବୋଧ ଚୌହାନ,ପେଟୁ ହର,ରବି ଟପ୍,ରଜତ୍ ମହ୍ଲାର,ଟୁନୁ ଭୁଏ , ହରିଶ୍ଚନ୍ଦ୍ର ଖଡ଼ିଆ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ | ଆସନ୍ତା କାଲି ଭସାଣି ଯାତ୍ରା ଅନୁଷ୍ଠିତ ହେବ |
