April 27, 2026

ରାଜ୍ୟ ବିଜେପିର ନୂତନ ଉପସଭାପତି ତଥା ପାରଳାର ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କୁ ବିପୁଳ ସମ୍ୱର୍ଦ୍ଧନା 

IMG-20251024-WA0053
Share

 

 

ପାରଳାଖେମୁଣ୍ଡି:୨୪/୧୦(ଗରୁଡ ଧ୍ୱଜ ଚୌଧୁରୀ)

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମିଳିଛି ବଡ଼ ଦାୟିତ୍ଵ। ରାଜ୍ୟ ବିଜେପିରେ ମନମୋହନ ସାମଲ ଦ୍ଵିତୀୟ ବାର ରାଜ୍ୟ ସଭାପତି ହେବା ପରେ ତାଙ୍କ ନୂତନ ଟିମ୍ ଘୋଷଣା କରାଯାଇଛି। ଏଥିରେ ଅବିଭକ୍ତ ଗଂଜାମ ଜିଲ୍ଲାରୁ ଜଣେ ମାତ୍ର ନେତା ଭାବେ ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଅଛି। ଘୋଷଣା ହେବା ପରେ ଗତକାଲି ସନ୍ଧ୍ୟାରେ (ବୁଧବାର ) ଗଜପତି ଜିଲ୍ଲାରେ ପହଞ୍ଚିଥିଲେ ନାରାୟଣ ରାଓ। ଜିଲ୍ଲାକୁ ପ୍ରବେଶ କରିବା ମାତ୍ରେ ଲାବଣ୍ୟଗଡ ଗ୍ରାମ ଠାରେ ହଜାର ହଜାର ବିଜେପି କର୍ମୀ ଓ ନେତା ତାଙ୍କୁ ସେଠାରେ ସ୍ବାଗତ କରି ଗାରବନ୍ଧ , ଗୁରାଣ୍ଡି , ରାଜୁପୁର , ଉପଲଡା ଆଦି ଗ୍ରାମପଞ୍ଚାୟତରେ ସ୍ଥାନେ ସ୍ଥାନେ ତାଙ୍କ ଶୁଭେଛୁ ଓ ଦଳୀୟ କର୍ମୀମାନେ ଅପେକ୍ଷା କରି ଶୁଭେଚ୍ଛା ଜଣାଇଥିଲେ। ପରେ ପାରଳାଖେମୁଣ୍ଡି ସହରରେ ମଧ୍ୟ ବିରାଟ ପଟୁଆରରେ ପରିକ୍ରମା କରି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ନାରାୟଣ ରାଓ। ବିଜେପି କର୍ମୀ ଓ ନେତାମାନେ ଖୁସି ପ୍ରକଟ କରି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନବ କିଶୋର ଶବର , ସମସ୍ତ ମଣ୍ଡଳ ସଭାପତି , ମୋହନା ନିର୍ବାଚନ ମଣ୍ଡଳୀର ଅନେକ ନେତାଙ୍କ ସମେତ ଜିଲ୍ଲା ଯୁବ ମୋର୍ଚ୍ଚା , ଓବିସି ମୋର୍ଚ୍ଚା , ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।