November 17, 2024

ଭୀମପଡା ଗ୍ରାମରେ ଶ୍ରୀ ଶନିଚର ଦେବଙ୍କ ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହା ଯଜ୍ଞ ଅନୁଷ୍ଠିତ

Share

 

 

ବୋଲଗଡ଼, ୦୧/୦୫(ଉପାନ୍ତ ଓଡିଶା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମପଡା ଗ୍ରାମରେ ଗତ କାଲି ଶ୍ରୀଶନିଚର ଦେବଙ୍କ ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ଦୀର୍ଘ ତିନି ବର୍ଷ ହେବ ଗ୍ରହରାଜ ଶ୍ରୀଶନି ଦେବଙ୍କ ଜନ୍ମ ଦିବସରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଦୀର୍ଘ ଦୁଇ ଦିନ ହେବ ଖୁବ ଧୁମଧାମ ରେ ଆରମ୍ଭ ହେଉଛି ବୋଲି ଗ୍ରାମ ବାସୀମାନେ କହିଛନ୍ତିl ଗତ କାଲି ସକାଳୁ ଶନି ଦେବଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଧୂପ ଦୀପ ଦେଇ ସମସ୍ତ ନୀତିକାନ୍ତି ରେ ଏହି ଯଜ୍ଞ ଆରମ୍ଭ ହୋଇଥିଲା l ଶନିଚର ଦେବ ହେଉଛନ୍ତି ସମସ୍ତ ଗ୍ରହ ମାନଙ୍କର ରାଜା ଏହି ଶନି ଦେବ ହେଉଛନ୍ତି ପ୍ରତ୍ୟେକ୍ଷ l ଯଦି କୌଣସି ଲୋକର ଦ୍ରବ୍ୟ ଚୋରି କିମ୍ବା ଅନୈତିକ କାର୍ଯ୍ୟ କରନ୍ତି ତେବେ ହଜିଥିବା ଦ୍ରବ୍ୟ ଏବଂ ଅନୈତିକ କରିଥିବା ଲୋକ ନାମରେ ଏହି ଶନି ଦେବଙ୍କ ମନ୍ଦିରରେ ଗୁଆ ନଡ଼ିଆ ବସାଇଲେ ତାହା ଦୁଇ ରୁ ଗୋଟିଏ ସପ୍ତାହ ମଧ୍ୟରେ ନେଇଥିବା ବ୍ୟକ୍ତିଙ୍କୁ ଶନି ଦେବ ତାର କିଛି ନାଁ କିଛି ଅନିଷ୍ଟ କରିଥାନ୍ତି ଏବଂ ଯେଉଁ ଲୋକ ଯେ କୌଣସି ରୋଗରେ ପୀଡିତ ଥିଲେ ତାଙ୍କୁ ଯଦି ଭକ୍ତି ର ସହିତ ଡାକିବେ, ପୂଜାର୍ଚ୍ଚନା କରିବେ ତେବେ ସମସ୍ତ ପ୍ରକାର ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ଅଛି l ଏହି ଶନିଚର ଦେବଙ୍କ କୋପ ଦୃଷ୍ଟି ଯାହା ଉପରେ ପଡ଼େ ତାହାର କିଛି ନାଁ କିଛି ଅନିଷ୍ଟ ହୋଇଥାଏ l ଯଦି ତାଙ୍କର ପୂଜା ଅର୍ଚ୍ଚନା କରିବା ସହିତ ଶନି ଦେବଙ୍କୁ ଠିକି ଭାବରେ ଭକ୍ତି ର ସହିତ ଡାକିଥାଏ ତେବେ ସେହି ଲୋକ ଶନି ଦେବଙ୍କ କୃପାରୁ ସବୁ କ୍ଷେତ୍ରରେ ଉନ୍ନତି କରିଥାଏ ବୋଲି ପୁରାଣ ରେ ବର୍ଣିତ ଅଛି l ଏହି ଶନି ଦେବଙ୍କ ବିଶ୍ଵାଶାନ୍ତି ମହାଯଜ୍ଞ ଭୀମପଡା ଗ୍ରାମର ସଭାପତି ଉଦ୍ୟନାଥ ସ୍ୱାଇଁ, ସମ୍ପାଦକ ଗୟାଧର ସ୍ବାଇଁ, କୋଷାଧ୍ୟକ୍ଷ ସାରଥୀ ମୁଦୁଲି ଏବଂ ଭୀମପଡା ଗ୍ରାମର ସମସ୍ତ ୱାର୍ଡ ମେମ୍ବର ମାନଙ୍କ ସହିତ ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଏହି ବିଶ୍ଵାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ସେହିପରି ପ୍ରତି ଦିନ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା -ନାମ ସଂକ୍ରିର୍ତ୍ତନ,ରାମ ନାଟକ ଅସୁର ଢ଼ିପିରୁ ଆସିଥିବା ଆଖରିଆ କଳାକାର ମାନଙ୍କ ଦ୍ୱାରା ପୌରାଣିକ ନାଟକ ଆଦି ପରିବେଷଣ ହୋଇଥିବାରୁ ଦେଖିବାକୁ ମିଳିଥିଲା l ଏହି ଯଜ୍ଞ ଦେଖିବାକୁ ଭୀମପଡା ଗ୍ରାମର ଆଖ ପାଖ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ବେଶ ଭିଡ଼ ଜମିଥିଲା l ଏହି ବିଶ୍ଵାଶାନ୍ତି ମହାଯଜ୍ଞ ରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ , ବୋଲଗଡ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ ,ଫାସୀଓଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପୁଷ୍ପଲତା ଭଟ୍ଟ,ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନ ଙ୍କ ସହିତ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତାରା ପ୍ରସାଦ ପଟ୍ଟନାୟକ,ଜୟଶ୍ରୀ ପଟ୍ଟନାୟକ ନାରୀ ନେତ୍ରୀ ତଥା ସମାଜ ସେବୀ ଏବଂ ଫାସୀଓଦା ଗ୍ରାମ ପଞ୍ଚାୟତର ଯୁବ ସମାଜ ସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଆଦି ଯୋଗ ଦେଇ ଶ୍ରୀ ଶନିଦେବଙ୍କ କୃପା ଲାଭ କରିଥିଲେ l ଏହି ଅବସରରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ କହିଥିଲେ ଯେ ଏହି ଯଜ୍ଞ କଲେ ଇନ୍ଦ୍ର ଦେବତା ଖୁସି ହୋଇ ବହୁ ଜଳ ବୃଷ୍ଟି କରିଥାନ୍ତି ଯାହା ଫଳରେ ଚଷା ପୁଅର ତାର ଫସଲ ଭଲ ହୋଇଥାଏ ଏବଂ ରାମ ଲୀଳା ଆଦି ପୌରାଣିକ ପରିବେଷଣ କରିବା ଦ୍ୱାରା ସ୍ୱୟଂ ଭଗବାନ ରାମ ଚନ୍ଦ୍ରଙ୍କର ଯେମିତି ଭାଇମାନଙ୍କ ସହିତ ସମ୍ପର୍କ ଅତି ନିର୍ବିଡ଼ ଥିଲା ସେହିପରି ଆମ ଲୋକ ମାନଙ୍କ ମଧ୍ୟରେ ଭାଇ ଭାଇ ର ସମ୍ପର୍କ ବାପ ପୁଅ ର ସମ୍ପର୍କ ଏହି ଭଳି ଭାଇ ଚାରା ସମ୍ପର୍କ ନିର୍ବିଡ଼ ହୋଇଥାଏ ବୋଲି କହିଛନ୍ତି l ପରିଶେଷ ରେ ଏହି ମନ୍ଦିର ପାଇଁ ଗୋଟିଏ ପାଚେରୀ, ଇଲେକ୍ଟ୍ରି ଲାଇଟ ଏବଂ ପାଣିର ସୁବିଧା କରିବା ପାଇଁ ଗ୍ରାମ ବାସୀ ମାନେ ସରକାର ଙ୍କୁ ନିବେଦନ କରିଛନ୍ତି l

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)