March 11, 2026

ଅମ୍ଳାନ ପ୍ରତିଭା ଲକ୍ଷ୍ମୀଧର 

IMG-20250930-WA0277
Share

 

 

ବେଗୁନିଆ ବୋଲଗଡ଼(ଉପାନ୍ତ ଖବର)ଶିକ୍ଷା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଦେଵୀପ୍ରସାଦର ଗଣଶିକ୍ଷକ ଲକ୍ଷ୍ମୀଧର ମହାପାତ୍ରଙ୍କ ଦ୍ୱାଦଶାହରେ ରବିବାର ଦିନ ତାଙ୍କ ବେଗୁନିଆ ବ୍ଲକ ଅନ୍ତର୍ଭୁକ୍ତ ଲୋକିପୁରସ୍ଥିତ ବାସଭବନ ସମ୍ମୁଖରେ ସ୍ମୃତିଚାରଣ ସଭା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବଳରାମ ରଣସିଂହ ପୌରୋହିତ୍ୟ କରିଥିବାବେଳେ ଯୋଗୀନାଥ ବଳିୟାରସିଂହ ସଂଯୋଜନା କରିଥିଲେ. ମୁଖ୍ୟଅତିଥି ରୂପେ ଯୋଗଦାନ କରି ବିଧାୟକ ପ୍ରଦୀପ

କୁମାର ସାହୁ କହିଥିଲେ ଯେ ସାହିତ୍ୟ କ୍ଷେତ୍ରରେ ସ୍ବର୍ଗତ ମହାପାତ୍ର ଙ୍କର ଅବଦାନ ଉଲ୍ଲେଖନୀୟ ପ୍ରାକ୍ତନ

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଅଭୟ କୁମାର ମଲ୍ଲିକ କହିଥିଲେ ସେ ଜଣେ

ଆଦର୍ଶ ସ୍ଥାନୀୟ ଓ ଛାତ୍ରବତ୍ସଳ ଗୁରୁ

ଥିଲେ, ତାଙ୍କର କଥା ଓ କାର୍ଯ୍ୟରେ ମେଳ ରହୁଥିଲା. ବୋଲଗଡ଼ ଗୋଷ୍ଠୀ

ଶିକ୍ଷାଧିକାରୀ ମୃତକଙ୍କ ପରିବାର ପାଇଁ ସରକାରୀ ନିୟମ ଅନୁଯାୟୀ ସମସ୍ତ ସହାୟତା ଯୋଗାଇବା ନିମିତ୍ତ ପଦକ୍ଷେପ ଗ୍ରହଣ କରିବାକୁ

ମତବ୍ୟକ୍ତ କରିଥିଲେ. ସଭାରେ ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା, ଗୋପାଳପୁର ଗ୍ରାମ ପଂଚାୟତ

ସରପଞ୍ଚ ପ୍ରଦୀପ କୁମାର ବାରିକ,ସେବାନିବୃତ୍ତ ଅଧ୍ୟାପକ ବନ ବିହାରୀ ମହାପାତ୍ର,ବିଷ୍ଣୁ ପ୍ରସାଦ ସାମାନ୍ତରାୟ, ଭିକାରୀ ପୁଷ୍ଟି, ଅଶୋକ କୁମାର ଦାସ ଏବଂ ଶୈଲେନ ପଟନାୟକ ଓ ପ୍ରଫୁଲ୍ଲ . ସିଂହ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କର ସ୍ମୁତିଚାରଣ

କରିଥିଲେ.ପରିଶେଷରେ ତାପସ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। (ରିପୋର୍ଟର ମାନସ ରଞ୍ଜନ କର)