April 26, 2026
ajiro khabar
Share

 

୧-ଦୁବାଇ:’ସିନ୍ଦୁର’ ପରେ କ୍ରିକେଟ୍ ପଡିଆରେ ଚାଲିଲା ‘ଅପରେସନ ତିଳକ’,ଏସିଆ କପରେ ଭାରତ ଚମ୍ଫିଆନ୍,ପାକିସ୍ଥାନ ୫ ଓ୍ବକେଟ୍ ରେ ପରାସ୍ତ।ଟ୍ରଫି ନେଲାନି ଟିମ୍ ଇଣ୍ଡିଆ।

 

୨-ଭୁବନେଶ୍ବର:ଆଉ ମାତ୍ର ୨ ଦିନ, ୩୦ ଭିତରେ E-KYC ନ କଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ।

 

୩-ଭୁବନେଶ୍ବର:ଗାଁରେ ଛୁଟି କାଟିବେ ରାଜଧାନୀବାସୀ,ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପ୍ରବଳ ଭିଡ।

 

୪-ଭୁବନେଶ୍ବର:ବଦଳିବେ ଗଣଶିକ୍ଷା ବିଭାଗର ଗାଦିମଡ଼ା ବାବୁ, ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ରହିପାରିବେନି।

 

୫-ସରିଲା ବିଲ୍ବବରଣ,ଆଜି ମହାସପ୍ତମୀ,ପୂଜାମଣ୍ଡପ ଚଳଚଞ୍ଚଳ।

 

୬-ରାଜଧାନୀରେ ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା, ସହର ଭିତରକୁ ପ୍ରବେଶ କରିବନି ଭାରିଯାନ।

 

୭-ରାୟଗଡା:ଆନ୍ଧ୍ରରେ କାମ ଦେଉନି ଆୟୁଷ୍ମାନ କାର୍ଡ!ବିଲ୍ ପୈଠ ନ କରିବାରୁ ରୋଗୀକୁ ଛାଡିଲେ ନାହିଁ।

 

୮-ଦୀପାବଳି ପୂର୍ବରୁ ପୁଲିସର ଅପରେସନ୍ ‘ଅଗ୍ନି’, ଜବତ ହେଲାଣି କୋଟି କୋଟି ଟଙ୍କାର ବେଆଇନ୍ ବାଣ।

 

୯-କୁଆଖିଆ ନିକଟରେ ସଡକ ଦୁର୍ଘଟଣାରେ ସବ୍‌ ଇନ୍ସପେକ୍ଟର ବବ୍ରୁବାହନ ନାୟକଙ୍କ ମୃତ୍ୟୁ।

 

୧୦-ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା, ୨ଟି ଗାଡ଼ିକୁ ପିଟିଲା ମିଲର ଗାଡ଼ି।

 

୧୧-ଟେନସନ୍ ଦେଲାଣି ୧୫ ବର୍ଷର ପୁରୁଣା ଗାଡ଼ି, ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପ୍ କରିବାକୁ ସରକାରଙ୍କ ଯୋଜନା।

 

୧୨-ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁଙ୍କ ପୁଅ ରୂପକ ସାହୁ,ବାପା ଦିନ ମଜୁରୀଆ ପୁଅ ଏବେ ଓଏଏସ୍; ଦଦରା ଘରେ ଓପିଏସ୍‌ସି ପାଇଁ କରୁଥିଲେ ପ୍ରସ୍ତୁତି।

 

୧୩-କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ସମାପନ ଉତ୍ସବରେ ଅତିଥିଙ୍କ ମତ, “ଛାତ୍ରଛାତ୍ରୀମାନେ ଦୟା, କରୁଣା ଓ ମାନବିକତାକୁ ଜୀବନର ମୂଳମନ୍ତ୍ର କରନ୍ତୁ।

 

୧୪-ଭୁବନେଶ୍ବର:ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର।

 

୧୫-ନୁଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍,ଗାନ୍ଧୀ ଜୟନ୍ତୀରେ ଖଦି ବସ୍ତ୍ର କିଣିବାକୁ ନିବେଦନ।

 

୧୬-ମିଥୁନ୍‌ ମନହାସ ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି।ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ।

 

୧୭-ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ, ସୂଚନା ଦେଲେ ନିର୍ବାଚନ କମିଶନ।

 

୧୮-ଉମରକୋଟ:ଚିକିତ୍ସାରେ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ।

 

୧୯-ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଏକ ମାସଧରି ଚାଲିବ।

 

୨୦-ଚେନ୍ନାଇ:କରୁର ଦଳାଚକଟା ଘଟଣାରେ ବିଜୟଙ୍କ ବଡ ଘୋଷଣା, ମୃତକଙ୍କ ପରିଜନଙ୍କୁ ଦେବେ ୨୦-୨୦ ଲକ୍ଷ ଟଙ୍କା।

 

୨୧-ଆରପି ସିଂହ ଏବଂ ପ୍ରଜ୍ଞାନ ଓଝା ଏବେ ଟିମ୍ ଇଣ୍ଡିଆ ଚୟନ କରିବେ:ବିସିସିଆଇ ସେମାନଙ୍କୁ ଚୟନକର୍ତ୍ତା ଭାବରେ ନିଯୁକ୍ତ କରିଛି।

 

୨୨-ରାତି ସାରା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼: ୪ ମୃତ, ୪୦ ଆହତ।

 

🙏 *ସୁପ୍ରଭାତ* 🙏