June 16, 2026
IMG-20250928-WA0028
Share

 

ଖୋର୍ଦ୍ଧା – ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ଖୋରଧା ଦ୍ଵାରା ହିନ୍ଦୀ ପକ୍ଷ – ୨୦୨୫ , କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଡିଗ୍ରୀ ମହା ବିଦ୍ୟାଳୟ ମଳିପଡା ପରିସରରେ ପାଳନ ହୋଇ ଯାଇଛି। ଏହି ସଭାରେ ରାଷ୍ଟ୍ରୀୟ ସୋୟଂସେବକ ସଂଘର ପୁରୀ ବିଭାଗ ପ୍ରଚାରକ ଶ୍ରୀ ଚନ୍ଦ୍ର ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ଖୋର୍ଦ୍ଧା କୋର୍ଟ ର ଆଇନଜୀବୀ ଶ୍ରୀ ଲିଙ୍ଗରାଜ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ହିନ୍ଦୀ ଭାଷାର ଗୁରୁତ୍ଵ ତଥା ଜାତୀୟ ଶିକ୍ଷା ନୀତି – ୨୦୨୦ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବକ୍ତା ଦ୍ଵୟ ହିନ୍ଦୀ ଭାଷା ସମ୍ବିଧାନ ସିକୃତି ପ୍ରାପ୍ତ ରାଜଭାଷା ହୋଇ କିଭଳି ସଂପର୍କର ଭାଷା ହୋଇ ପାରିଛି ତଥା ନିଜ ମାତୃଭାଷା ଓଡିଆରେ ପିଲାମାନେ ନିଜର ଶିକ୍ଷା ଗ୍ରହଣ କଲେ ନିଜ ମାତୃଭୂମିର ସୁରକ୍ଷା କବଚ ପାଲଟି ପାରିବେ ଏହି ଆହ୍ଵାନ ଦେଇଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଅବକାଶ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପିକା ଶ୍ରୀମତି ରିନା ମହାରଣା ସମସ୍ତ ଅତିଥି ଏବଂ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟର- ପ୍ରିୟଙ୍କା ମହାପାତ୍ର

You may have missed