ସୁସ୍ଥ ନାରୀ ଶସକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଲନରା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ଶସକ୍ତ ପରିବାର ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମ ରେ ଏକ ସ୍ୱତନ୍ତ୍ର ବିଶେସଂଜ୍ଞ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି। ଏହି ଶିବିର କୁ ଆନୁଷ୍ଠାନିକ ଭାବରେ ବ୍ଲକ ଅଧାକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେସିକା,ଜ଼ୀଲ୍ଲା ପରିଷଦ ଧବଳେଶ୍ବର ନାଇଡୁ,ସରପଞ୍ଚ ପରମାନନ୍ଦ କଣ୍ଡାଗରୀ, ,ଜିଲ୍ଲା ମୁଖ୍ୟ ଚିକିଚ୍ଛା ଅଧିକାରୀ କାର୍ଯ୍ୟାଳୟ ରୁ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମମତା ସାହୁ,DMRCH ସୁଶାନ୍ତ କୁମାର ନାୟକ ମିଳିତ ଭାବରେ ଉଦ୍ଘାଟନ କରିଥିଲେ। ଏଥିରେ ଶିକ୍ଷା,ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ବଂଶୀଧର ଇଲା ପଣ୍ଡା ସଂସ୍ଥା ଇମ୍ଫା ଥେରୁବଳୀ ର ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ପ୍ରଥମେ ଦୁଇ ଜଣ ଆଶା କର୍ମୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ କିଛି କିଶୋରୀ ବାଳିକା ଙ୍କ ଦ୍ୱାରା ସ୍ବାସ୍ଥ୍ୟ ବାର୍ତା ରେ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନ କରିଥିଲେ। ଏଥିରେ ବ୍ଲକ ର ସ୍ୱାସ୍ଥ୍ୟ ଅଧିକାରୀ ଡ୍ର ଜି ଶୈଳଜା ଉପସ୍ଥିତ ରହି ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ।
ଏହି ଶିବିର ରେ ସ୍ତ୍ରୀ ଓ ପ୍ରସୂତି,ଶିଶୁ ରୋଗ,ଭେଷଜ ବିଶେସଂଜ୍ଞ,ମାନସିକ ସ୍ୱାସ୍ଥ୍ୟ, ଦାନ୍ତ ଚିକିତ୍ସକ,ଚକ୍ଷୁରୋଗ ବିଶେସଂଜ୍ଞ ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। ସମସ୍ଥ ରୋଗୀ ଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ଏବଂ ସମସ୍ତଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏଥିରେ କୋଲନରା ବ୍ଲକ ରୁ ପ୍ରାୟ ୭୧୧ ଜଣ ରୋଗୀ ଚିକିଶ୍ଚିତ ହୋଇଥିଲେ।
ସମସ୍ଥ ଅନ୍ଲାଇନେ ପଞ୍ଜିକୃତ ର ଦାଇତ୍ୱ ବିଡିଏମ ଶ୍ରୀମତୀ ସବିତା ପାଣିଗ୍ରାହୀ ଓ ଏମ୍ ଆର ଏ ଶିବ ସୁନା ବହନ କରିଥିଲେ।
ସ୍ୱତନ୍ତ୍ର ବିଶେସଂଜ୍ଞ ସ୍ୱାସ୍ଥ୍ୟ ଶିବିର କୁ ପିଏସ୍ ଓ ଶ୍ରୀମତୀ ଶୁଭଶ୍ରୀ ଦାସ, ବିପିଏମ ଶ୍ରୀମତୀ କଳ୍ପନା ମିଶ୍ର ଓ ବିଏ ଏମ ଶ୍ରୀ ଟି ଉପେନ୍ଦ୍ରକାର୍ଯ୍ୟକ୍ରମ ଟିକୁ ଆୟୋଜନ କରିଥିଲେ ।କାର୍ଯ୍ୟକ୍ରମ କୁ ବିପିଏମ ଓ ପି ଏଚ ଓ ମଞ୍ଚ ପରିଚାଳନା କରିଥିଲେ।
