ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ..

ବୋଲଗଡ,୨୩/୦୯(ଉପାନ୍ତ ଖବର):ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ରାସଳ ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ସୁଷମା ଦେଈଙ୍କ ସ୍ଥାନାନ୍ତରଣ ହେବ ବୋଲି ଶୁଣି ସୋମବାର ଦିନ ଗ୍ରାମର ୪୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ବିଦ୍ୟାଳୟରେ ସମବେତ ହୋଇଥିଲେ। କାର୍ଯ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଝରଣା ପ୍ରଧାନ, ଶିକ୍ଷକ ନିରଞ୍ଜନ ସାହୁ ଓ ଶିକ୍ଷୟିତ୍ରୀ ସୁଷମା ଦେଇ ଥିବା ସମୟରେ ଅପରାହ୍ନ ୩.୩୦ ଘଟିକାରୁ ବାହାରପଟୁ ତାଲା ବନ୍ଦ କରାଯାଇଥିଲା। ବିଦ୍ୟାଳୟର ଫାଟକକୁ ମଧ୍ୟ ଗ୍ରାମବାସୀ ଚାବି ପକାଇଥିଲେ। ଅପରାହ୍ନ ୪.୪୫ରେ
ଖବର ପାଇ ବୋଲଗଡ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁ
ବୋଲଗଡ଼ ଥାନା ଅଧିକାରୀଙ୍କୁ ଜଣାଇବା ପାଇଁ ଥାନାକୁ ଯାଇ ଜାଣିବାକୁ ପାଇଥିଲେ ଯେ ଉପରୋକ୍ତ ବିଦ୍ୟାଳୟ ବେଗୁନିଆ ଥାନା ଅନ୍ତର୍ଗତ କିନ୍ତୁ ଉକ୍ତ ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରି ଜାଣିବାକୁ ପାଇଥିଲେ ଯେ ଶ୍ରୀ ପଣ୍ଡା ଛୁଟିରେ
ଅଛନ୍ତି ଏବଂ ବୋଲଗଡ଼ ଆଇଆଇସି ସ୍ନିଗ୍ଧା୍ମୟୀ ବରାଳଙ୍କୁ ଫୋନ ମାଧ୍ୟମରେ ଘଟଣା ଅବଗତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ
ଶ୍ରୀ ସ୍ୱାଇଁ ସାଥିରେ କାର୍ଯ୍ୟାଳୟର କିରାଣୀ ଶେଖ ମୁନିରଙ୍କୁ ନେଇ ବେଗୁନିଆ ଥାନା ପୋଲିସଙ୍କୁ ଜଣାଇ ରାସଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସନ୍ଧ୍ୟା ୬ଟା୧୩ ମିନିଟରେ ପହଂଚି ଦେଖିଲେ ଦୁଇ ଆଇଆଇସିଙ୍କ ନିର୍ଦ୍ଦେଶରେ ବେଗୁନିଆ ପୋଲିସ ବାହିନୀ ଉପସ୍ଥିତ ଅଛନ୍ତି, ଗେଟ ଖୋଲା ଅଛି, ଛାତ୍ରଛାତ୍ରୀ ଘରକୁ ନ ଫେରି ବାରଣ୍ଡାରେ ଛିଡା ହୋଇଛନ୍ତି। ଗ୍ରାମର ପ୍ରାୟ ୩୦ ଅଧିବାସୀ ପାଟିତୁଣ୍ଡ କରୁଛନ୍ତି। କିନ୍ତୁ ୩ଶିକ୍ଷକ ଶିକ୍ଷୟିତ୍ରୀ ତାଲା ବନ୍ଦ ଥିବା କାର୍ଯ୍ୟାଳୟ ଭିତରେ ଅଛନ୍ତି ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଥମେ ବିଦ୍ୟାର୍ଥୀ ମାନଙ୍କୁ ଘରକୁ ଫେରାଇବା ସହ ଶୀଘ୍ର ତାଲା ଖୋଲିବାକୁ କହିବାରେ
ଗ୍ରାମବାସୀ ଖୋଲିଥିଲେ ଏବଂ ସୁଷମା ଦେଈଙ୍କୁ ଅନ୍ୟ ସ୍କୁଲକୁ ନ ଛାଡିବା ଲାଗି ଜିଦ ଧରିଥିଲେ। ଶ୍ରୀ ସ୍ୱାଇଁ ଓ ଶ୍ରୀ ମୁନିର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ଗଣମାଧ୍ୟମ ପ୍ରତିନିଧି, ପ୍ରଦୀପ ପାଲଟା ସିଂହଙ୍କ
ସହ ଉପସ୍ଥିତ ଗ୍ରାମ ବାସୀଙ୍କୁ ବୁଝାଇ
ଥିଲେଯେ ପ୍ରଥମରୁ ପଞ୍ଚମ ଯାଏଁ ମୋଟ ୫୨ ପିଲା ପଢୁଛନ୍ତି। ପିଲାସଂଖ୍ୟା ବଢିଲେ ୩ଜଣ ଶିକ୍ଷକ
ରହିବେ। ସରକାରୀ ନିୟମ ବହିର୍ଭୁତ କାମ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ସରକାର ଯାହା ନିୟମ କରିଛନ୍ତି ତାହା ସାରା ଓଡ଼ିଶାରେ ଲାଗୁହେବ। ଗ୍ରାମ ବାସୀ
କହିଥିଲେ ” ୮ ଜଣ ଶିଶୁ ବାଟିକା ପିଲାଙ୍କୁ ପଢ଼ାଇବାକୁ ଶୀଘ୍ର ଶିକ୍ଷକ ଦିଅ’ ,ଶ୍ରୀ ସ୍ୱାଇଁ କହିଥିଲେ ସରକାର
ସେଥିପାଇଁ ଶିଶୁ ସେବିକା ନିଯୁକ୍ତ କରାଇବା ସମୟ ସ୍ଥିର କରିବେ।
ରିପୋର୍ଟ- ମାନସ ରଞ୍ଜନ କର।
