March 10, 2026

ମେଦିନୀପୁର ଠାରେ ସେବା ପର୍ବ ପାଳନ

IMG-20250923-WA0083
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ଉପକଣ୍ଠସ୍ଥ ମେଦିନୀପୁର ପଞ୍ଚାୟତରେ ସେବା ପର୍ବ ପାଳନ ଉପଲକ୍ଷେ ଆର୍ଥିକ ସ୍ୱାକ୍ଷରତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ରାଜ୍ୟ ଆର୍ଥିକ ସ୍ୱଳ୍ପ ଆର୍ଥିକ ସଂଚୟ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ସ୍ୱଳ୍ପ ଆର୍ଥିକ ସଂଚୟ ବିଭାଗର ସହନିର୍ଦେଶକ ଶ୍ରୀଯୁକ୍ତ ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ମେଦିନୀପୁର ଠାରେ ଆଞ୍ଚଳିକ ସେବା ପର୍ବ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିଲେ। ଏହି ଶିବିରରେ ମେଦିନୀପୁର ପଞ୍ଚାୟତର ସମସ୍ତ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।ଏହି ଅବସରରେ ଆର୍ଥିକ ସ୍ୱଳ୍ପ ସଂଚୟ ବିଭାଗର ସହନିର୍ଦେଶକ ଶ୍ରୀଯୁକ୍ତ ମହାନନ୍ଦ ଓ ଅତିରିକ୍ତ ଜିଲ୍ଲାପାଳ ପଞ୍ଚାୟତବାସୀଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ସ୍ଵାକ୍ଷରତା ଓ ବୃକ୍ଷରୋପଣ ବିଷୟରେ ସଚେତନ କରିଥିଲେ ଓ ଏହାର ସୁଫଳ କିପରି ପାଇବେ ଏହି ବିଷୟରେ ବିଶେଷ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମହାନନ୍ଦ ଓ ଅତିରିକ୍ତ ଜିଲ୍ଲାପାଳ ବୃକ୍ଷ ରୋପଣ କରିବାସହ କାର୍ଯ୍ୟକ୍ରମ ସମାପନ କରିଥିଲେ।