June 24, 2026

ଉମରକୋଟ ଆଉ ରାଇଘର ଠାରେ ଦୀର୍ଘ ୩୦୦ ବର୍ଷ ଧରି ନୁଆ ଖାଇ ପର୍ବ ପାଳନ କରୁଛନ୍ତି କୁନ୍ଦକେରିଆ ପରିବାର…..

IMG-20250922-WA0094
Share

 

 

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ୩୦୦ ବର୍ଷ ତଳେ ତଳେ ଛତିଶଗଡର ବରେଇ ନିକଟସ୍ତ କୁନ୍ଧ କେରିଆ ଗ୍ରାମରୁ ଆସି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ୩୦ ଟି ଗ୍ରାମ ଓ ଉମରକୋଟ ବ୍ଲକର ୧୪ଟି ଗ୍ରାମ ରେ ପ୍ରାୟ ୬ ହଜାର ଲୋକ ବସବାସ କରି ଆସୁଥିବା ଏହି ଆଦିବାସୀ ପରିବାର ୩୦୦ ବର୍ଷ ହେଲାଣି ନୁଆ ଖାଇ ଭେଟଘାଟ କରି ନିଜର ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଯ୍ଯ। ଗ୍ରାମ ପଞ୍ଚାୟତର ସିର୍ଲିଗୁଡ଼। ଠାରେ ନୁଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ହେଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ, ସମ୍ମାନିତ ଅତିଥି ଭାବେ ରାଇଘର ବ୍ଲକ ପୂର୍ବତନ ଅଧକ୍ଷ। ନବୀନ। ନାୟକ, ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ବରିଷ୍ଠ ବିଜେଡ଼ି ନେତା ଦେବି ସିଂ ମାଝୀ, ରାଇଘର ର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁଦର୍ଶନ ମାଝି ଓ ଭୋଜ ନାଥ ଗଣ୍ଡ,ସମାଜ ସେବୀ ମନୋଜ କୁମାର ଧଳ, ବୁର୍ଯ୍ଯା ସରପଞ୍ଚ ନିଲେନ୍ଦ୍ରି ମାଝି, ବିରସିଂ ମାଝି, ସମିତି ସଭ୍ୟ ହିରାଲ।ଲ ମାଝି, ଛେଳି ଡଙ୍ଗରୀ ସରପଞ୍ଚ ହେମ ଲାଲ ଗଣ୍ଡ, ଶୁକ ଦେବ ଗଣ୍ଡ, ଇଶ୍ଵର ଗଣ୍ଡ, ଶୁକଲାଲ ଗଣ୍ଡ, ପୂର୍ବତନ ସରପଂଚ ସୁବାଷ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିବା ବେଳେ ଦଶରଥ ଗଣ୍ଡ ଓ ପଦୁ ରାମ ଗଣ୍ଡ ମଞ୍ଚ ପରିଚାଳନା କରି ଥିଲେ। ନୂଆ ଖାଇ ଭେଟ ଘାଟ ହେଉଛି ଗୋଟିଏ ମାତ୍ର ପର୍ବ ଯେଉଁଠିକି ଏହି ୪୪ ଖଣ୍ଡ ଗ୍ରାମ ର ଝିଅ ଓ ଭଉଣୀ ମାନେ ମା ଙ୍କ ନିକଟ କୁ ଆସିଥାନ୍ତି ଓ ମାର ଆଶୀର୍ବାଦ ନେଇ ଥାଆନ୍ତି। ଏପରି କି ବର୍ଷ ସାର। ଭାଇ ମାନଂକ ମଧ୍ୟରେ ଯେତେ ବଡ ମନ ମାଳିନ୍ୟ କି ଗଣ୍ଡଗୋଳ ହେଇ ଥାଉ ଏହି ସମୟ ରେ ସମସ୍ତେ ମିଶି ଯାଇ ଥାଆନ୍ତି। ତାଙ୍କ କୁଳ ର ପୁଜାରୀ ଚାଲି ମାଝି, ଜୟ ରାମ ମାଝି, ଶୁକ ରାମ ଗଣ୍ଡ ଓ ସମା ଗଣ୍ଡ ଏହି ଅବସର ରେ ପୂଜା ପାଠ କରିଥିଲେ।ପରମ୍ପରା ଅନୁସାରେ ଚୁଡ଼ା, ମୁଡ଼ି ଓ ପୀଠ। ଓ ଖାଦ୍ୟ ଖାଇ ସାରିବା ପରେ ପରସ୍ପରକୁ ଭେଟଘାଟ ହେଇ ଯିଏ ଯେଉଁ ଗ୍ରାମରୁ ଆସିଥିଲେ ପ୍ରସ୍ଥାନ କରିଥିଲେ। ଆଜିର ଏହି ପବିତ୍ର ଅବସରର ରେ ଏହି କୁନ୍ଧକେରିଆ ପରିବାରର ଶିକ୍ଷା, ସ୍ବାସ୍ଥ୍ୟ ଓ ସଂସ୍କୃତିର ବିକାଶ କିପରି ହେଇ ପାରିବ ତାହା ଉପରେ ମଧ୍ୟ ବିଶଦ ଆଲୋଚନା ହେଇଥିଲା।

You may have missed