ପୌରପରିଷଦ ପକ୍ଷରୁ ଖାଦ୍ୟମାନ ଯାଂଚ ୫୦ହଜାର ଜୋରିମନା ଆଦାୟ
ଅନୁଗୋଳ: (ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର)
ତାଳଚେର, ୨୧/୦୯ ଆଜି ତାଳଚେର ପୌରପରିଷଦ ଓ ପୋଲିସ୍ ତାଳଚେର ସହର ମଧ୍ୟରେ ରହିଥିବା ବିଭିନ୍ନ ଫାଷ୍ଟଫୁଡ଼୍, ଢ଼ାବା, ହୋଟେଲ ଓ ଦୋକାନମୀ ମାନଙ୍କ ଉପରେ ଚଢ଼ାଉ କରାଯାଇ ୫୦ହଜାରଟଙ୍କା ଆଦାୟକ କରିଥିବା ଘଟଣା ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି । ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଏଠାରେ ମାତ୍ର ଦୁଇଦିନ ହେବ କାର୍ଯ୍ୟରେ ଯୋଗଦେବାପରେ ଏହି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହେବା ସହ ତାଳଚେର ପୌରପରିଷଦରେ ରହିଥିବା ତୃଟି ଗୁଡ଼ିକୁ ନିଶ୍ଚିତଭାବେ ସୁଧାରିବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ଆଗ୍ରହ ପ୍ରକାଶ ପାଇଛି । ବିଭିନ୍ନ ସମୟରେେ ଦୋକାନୀ, ଫାଷ୍ଟଫୁଡ଼୍ ଓ ଢ଼ାବା ମାଲିକମାନେ ଖାଦ୍ୟ ପଦାର୍ଥକୁ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ନିମ୍ନମାନର ତେଲ, ରାସାୟନିକ ଦ୍ରବ୍ୟ ପଦାର୍ଥ ଦେଇ ଗ୍ରାହକମାନଙ୍କୁ ତୃଷ୍ଟି କରିଥାନ୍ତି । ଫଳରେ ଏହି ଖାଦ୍ୟଖାଇ ସ୍ଥାନୀୟ ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ସମ୍ମୁଖୀନ ହୋଇଥିବା ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନଥିବା ପରି ମନେ ହୋଇଥାଏ । ତେବେ ଏହାକୁ ନେଇ ଆଜି ତାଳଚେର ସହରରେ ଯୋରଦାର ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏପରି ଅଭିଯୋଗ ପୂର୍ବରୁ ହୋଇ ଆସୁଥିଲେ ମଧ୍ୟ ପୌରପରିଷଦ ହାତଟେକି ବସି ରହିଥିବା ବେଳେ ଆଜି ନୂତନ ଅଧିକାରିଣୀଙ୍କ ଏହି କାର୍ଯ୍ୟକୁ ଲୋକମାନେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ସହରରେ ଏହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।
