April 30, 2026

ଓଏଭି ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

IMG-20250921-WA0009
Share

ଅନୁଗୋଳ:( ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର)

ତାଳଚେର, ୨୧/୦୯ ତାଳଚେର ପୌରପରିଷଦ ଅନ୍ତର୍ଗତ ୧ନମ୍ବର ୱାର୍ଡ଼ ବୀରବରପଲ୍ଳୀ ଠାରେ ଆଦର୍ଶ ବିଦ୍ୟାଳୟ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବସନ୍ତ ନାୟକ ଯୋଗଦେଇ ବିଦ୍ୟାଳୟର ଅଧ୍ୟକ୍ଷ ଅମିତ ସାମନ୍ତରାଏ, କ୍ରୀଡ଼ା ଶିକ୍ଷକ ଶ୍ରାକନ୍ତ ବର୍ମା ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ପ୍ରଦୀପ ପ୍ରଜଜ୍ଜ୍ୱଳନ କରି ଆଦର୍ଶ ବିଦ୍ୟାଳୟ ଗଠନ ପ୍ରକ୍ରିୟା ଓ ବିଦ୍ୟାଳୟରେ ଅଧ୍ୟୟନ କରି ଆଦର୍ଶ ହେବାକୁ ପରାମର୍ଶ ଦେବା ସହ ବିଦ୍ୟାଳୟ ଅଧ୍ୟକ୍ଷ ଓ ବରିଷ୍ଠ ଶିକ୍ଷକ ଜୟରାମ ପଣ୍ଡା, ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଓ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ପରିବେଶଣ କରିଥିଲେ । ଶିକ୍ଷକ ଅମରେନ୍ଦୁ ପଣ୍ଡା ମଂଚପରିଚାଳନା କରିଥିବା ବେଳେ ଅନ୍ୟତମ ଶିକ୍ଷକ ଅଜିତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।