April 27, 2026
ajiro khabar
Share

 

ଆସନ୍ତା ୨୫ ତାରିଖ ଏବଂ ଅକ୍ଟୋବର ୧ରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ୨୩ରୁ ୨୬ ତାରିଖ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା

 

ରାଜ୍ୟରେ ଖୋଲିବ ୬୨୬୪ ନୂଆ ଅଙ୍ଗନବାଡ଼ି କେନ୍ଦ୍ର। ଅନୁମତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ରାଜ୍ୟ ସରକାର

 

ଆସନ୍ତା ବର୍ଷ ରାଜ୍ୟରେ ଖୋଲିବ ନୂଆ ୭ଟି ନର୍ସିଂ ମହାବିଦ୍ୟାଳୟ। ସବୁଥିରେ ୬୦ ଲେଖାଏଁ ସିଟ୍ ରହିବ।

 

ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ଦାବି ହେଲା

 

ଭୁବନେଶ୍ୱରରୁ କୋଣାର୍କ ନୂଆ ରେଳପଥ ନିର୍ମାଣ ହେବ। ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ।

 

ଭୁବନେଶ୍ୱର ୬୪ ଯୋଗିନୀ ପୀଠ ବିକାଶ ପାଇଁ ଖର୍ଚ୍ଚ ହେବ ୧୦ କୋଟି, ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ହେବ।

 

କଟକ ଭୁବନେଶ୍ୱର ଟ୍ରାଫିକ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ୍।

 

ରାଜ୍ୟରେ ସାରର ଅଭାବ ଓ କଳାବଜାରୀ ପ୍ରସଙ୍ଗରେ ଚାଲି ପାରିଲା ନାହିଁ ବିଧାନସଭା। ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି।

 

ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିଥିବାରୁ ଆସନ୍ତା ୨୩ ରେ ବିଧାନସଭା ଘେରିବ ବିଜେଡ଼ି।

 

ଭୁବନେଶ୍ୱର ବିଏମ୍‌ସି ଜାରି କଲା ମାର୍ଗଦର୍ଶିକା। ଦୁର୍ଗାପୂଜା ମଣ୍ଡପରେ ପୂଜା କମିଟି କ’ଣ କରିବେ, ନକରିବେ।

 

ରାଜ୍ୟର ପ୍ରଥମ ଡିଜିଟାଲ ପ୍ରୋସେସ ବସ ଆଧାରିତ ୧୩୨ କେଭି ଗ୍ରୀଡ ସବଷ୍ଟେସନ ବଲାଙ୍ଗୀରର ରାମପୁର ଅଞ୍ଚଳରେ ଉଦଘାଟନ ହେଲା।

 

ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜଧାନୀରେ ଶିକ୍ଷାନୁଷ୍ଠାନ ଓ ମନ୍ଦିର ପାଖରେ ଖୋଲିଛି ମଦ ଦୋକାନ ଓ ବାର। ଅଭିଯୋଗ କଲେବି ଶୁଣୁନି ଅବକାରୀ ବିଭାଗ।

 

ଯାଜପୁର-କେନ୍ଦୁଝରଜିଲ୍ଲା ସୀମାନ୍ତରେ ଦୈତାରୀ ଓ ବ୍ରାହ୍ମଣୀପାଳ ଜନଗହଳି ଭିତରେ ପାଞ୍ଚ କିଲୋମିଟର ବୁଲିଲା ଜଙ୍ଗଲୀ ଦନ୍ତାହାତୀ। ଦୋକାନ-ବଜାର ବନ୍ଦ

 

ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ରାଗିଂ ପାଇଁ ଗଣ୍ଡଗୋଳ ଓ ମାରପିଟ୍‌। ବରିଷ୍ଠ ଛାତ୍ରମାନେ କନିଷ୍ଠଙ୍କୁ ମାଡ଼ ମାରିବା ଅଭିଯୋଗ

 

ବାଲେଶ୍ଵର ସୋର ଥାନାର ଅନନ୍ତପୁର ଫାଣ୍ଡି ଅଧିକାରୀ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ

 

ଅଶାନ୍ତ ଭୁବନେଶ୍ୱର ରେ ଓଲା ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା, ଚନ୍ଦକା ଜଙ୍ଗଲରୁ ମିଳିଲା ମୃତଦେହ।

 

ଅନୁଗୁଳ ରେଙ୍ଗାଲିରେ ବାପ ପୁଅ କଳିରୁ ଦୋକାନ ଜାଳି ଦେବାକୁ ଉଦ୍ୟମ, ନିଆଁରେ ପୋଡ଼ି ହୋଇ ପୁଅ ଗୁରୁତର

 

ଯାଜପୁର ସୁକିନ୍ଦାରେ ପିଲାଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମା’। ପୁଅ ମୃତ, ବର୍ତ୍ତିଗଲା ଝିଅ, ମହିଳା ଗୁରୁତର। ଉଦ୍ଧାର କଲେ ଅନ୍ୟ ଟ୍ରେନ୍‌ର ଲୋକୋ ପାଇଲଟ୍‌

 

ସମ୍ବଲପୁର ଯୁଯୁମରା ରାଜପଥରେ ଓଲଟିଲା ତେଲ ଟ୍ୟାଙ୍କର। ଗରା, ବାଲଟିରେ ଘରକୁ ବୋହିନେଲେ ସ୍ଥାନୀୟ ଲୋକ

 

ମାଲାୟାଲାମ ଅଭିନେତା ମୋହନଲାଲ ପାଇବେ ଦାଦାସାହେବ ଫାଲକେ ପୁରସ୍କାର।

 

ରାହୁଲଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ। ‘ଭାରତୀୟ ରାଷ୍ଟ୍ର ବିରୋଧରେ ଲଢ଼େଇ’ ମନ୍ତବ୍ୟ ନେଇ ଲକ୍ଷ୍ନୌ କୋର୍ଟରେ ମାମଲା

 

ଛଅ ବର୍ଷ ଧରି ନିର୍ବାଚନ ଲଢ଼ି ନଥିବାରୁ ୪୭୪ ରାଜନୈତିକ ଦଳର ପଞ୍ଜିକରଣ ବାତିଲ କଲା ନିର୍ବାଚନ କମିଶନ

 

ଏସିଆ କପ୍ ସୁପର -୪ ରେ ଶ୍ରୀଲଙ୍କାକୁ ୪ ଓ୍ବିକେଟ୍ ରେ ହରାଇଲା ବାଂଲାଦେଶ। ଦୁବାଇରେ ଆଜି ଭାରତ – ପାକିସ୍ଥାନ ସୁପର -୪ ଖେଳିବେ

 

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ହାଇସ୍କୋରିଂ ମ୍ୟାଚରେ ଭାରତକୁ ୪୩ ରନରେ ହରାଇଲା

 

ଭାରତ ଉପରେ ଆମେରିକାର ବର୍ଦ୍ଧିତ ଟାରିଫ ପରେ ଏବେ ଭିସା ଫି ମାଡ଼। ଏଚ୍‌-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବଢ଼ିଲା

=======================

ଆଜି ବିଶ୍ୱ ଶାନ୍ତି ଦିବସ

ଆଜି ଆଲଝିମର ଓ ଡିମେନସିଆ ଦିବସ

 

ଆଜି ଜନ୍ମଦିନ: ନୂର ଜାହାନ (ଗାୟିକା), ସ୍ୱାମୀ ଅଗ୍ନିବେଶ, କରୀନା କପୁର, ଗୁଲଶନ ଗ୍ରୋଭର, ରିମି ସେନ, ଅଳକା ଲାମ୍ବା, ରଞ୍ଜୀବ ବିଶ୍ବାଳ, ପଦ୍ମଶ୍ରୀ ଭଗବାନ ସାହୁ (ଲୋକନୃତ୍ୟ ଗୁରୁ, ଗଞ୍ଜାମ)

 

ଆଜି ତିରୋଧାନ: ରାଜୁ ଶ୍ରୀବାସ୍ତବ, ସୱାଇ ଜୟସିଂ (ରାଜା, ଆମେର)

 

ଇତିହାସରେ ଆଜି: (୧୯୪୮) ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ଘୋଷିତ/ (୧୯୬୮) ଭାରତରେ “ର” RAW ପ୍ରତିଷ୍ଠା ହେଲା/ (୧୮୫୭) ବ୍ରିଟିଶ ହାତରେ ବାହାଦୂର ଶାହ ଜାଫର ବନ୍ଦୀ, ମୋଗଲ ରାଜୁତି ଶେଷ/ (୧୯୯୨) ଭାରତୀୟ ସେନାରେ ମହିଳା ଅଫିସର ନିଯୁକ୍ତି ଆରମ୍ଭ/ (୧୯୨୨) ଅଷ୍ଟ୍ରେଲିଆରେ ଆଇନଷ୍ଟାଇନ ଥିଓରୀ ପ୍ରମାଣିତ/ (୧୯୭୨) ଫିଲିପାଇନ୍ସ ରେ ମାର୍ଶାଲ ଆଇନ ଲାଗୁ/ (୧୯୪୯) ଭାରତରେ ମିଶିଗଲା ମଣିପୁର/ (୨୦୨୩) ଭାରତରେ ମହିଳା ଆରକ୍ଷଣ ବିଲ ରାଜ୍ୟସଭାରେ ପାସ/ (୧୯୭୪) ମାଲଟା ସ୍ୱାଧୀନ ହେଲା

=======================

*ବନ୍ଦେ ଉତ୍କଳ ଜନନୀ*