ଶିକ୍ଷାନୁଷ୍ଠନ ରେ ଚୋରି ସହ ନିଆଁ ଲଗାଇଲେ ଦୁର୍ବୁତ୍ତ କବାଟ ରେ ଲେଖିଲେ ଜୀବନରୁ ମାରିଦେବାକୁ ଦେଲେ ଧମକ
ଛତ୍ରପୁର ତା୧୮/୦୯/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ସହର ସ୍ଥିତ ପୁରୁଣା ପୋଷ୍ଟ ଅଫିସ ଲାଇନରେ ଥିବା ଏକ ଘରୋଇ କମ୍ୟୁଟର ଶିକ୍ଷାନୁଷ୍ଠାନ ରୁ ସୋମବାର ବିଳମ୍ବିତ ରାତ୍ର ରେ ଚୋରି କରିବା ସହିତ ନିଆଁ ଲଗାଇଛନ୍ତି ଦୁର୍ବୁତ୍ତ । ଏହା ସହ କବାଟ ରେ ଲେଖି ଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି ଦୁର୍ବୃତ । ପୁରୁଣା ପୋଷ୍ଟ ଅଫିସ ଲାଇନ ସ୍ଥିତ ଏଜୁ କେର କମ୍ପ୍ୟୁଟର ଅନୁଷ୍ଠାନରୁ ସୋମବାର ବିଳମ୍ବିତ ରାତ୍ରରେ ପଶି କମ୍ପ୍ୟୁଟର, ଏସି ସମେତ ବହୁ ଆସବାବ ପତ୍ର ନିଆଁ ଲଗାଇ ପୋଡି ନଷ୍ଟ କରିବା ସହିତ ହାର୍ଡ ଡିସ୍କ ଭଳି କିଛି ଜିନିଷ ଚୋରି କରିଛନ୍ତି ଦୁର୍ବୁତ୍ତ ମାନେ । ଏହା ସହ ମୁଁ କେବଳ ତୋରି ପାଇଁ ଆସିଛି, ଏତେ ସହଜରେ ମୁଁ ତୋତେ ଛାଡିବିନି ଆଉ ଏତେ ସହଜରେ ତତେ ମାରିବି ନାହିଁ, ତୋତେ ମୁଁ ଟର୍ଚ୍ଚର କରି କରି ମାରିବି ବୋଲି କବାଟ ରେ ଲେଖି ଧମକ ଦେଇଛନ୍ତି ଦୁର୍ବୁତ୍ତ ମାନେ । ସକାଳୁ ସକାଳୁ ସ୍ଥାନୀୟ ବାସିନ୍ଦା ନିଆଁ ଲାଗିବାର ଦେଖୀ ଦମକଳ ବାହିନୀ କୁ ଜଣାଇଥିଲେ । ଘଟଣା ସ୍ଥଳରେ ଛତ୍ରପୁର ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଅନ୍ୟପଟେ ଖବର ପାଇ ଛତ୍ରପୁର ଥାନା ପୋଲିସ ପହଞ୍ଚି କେଶ୍ ନମ୍ବର ୬୨୯/୨୫ ରେ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏପରି କାଣ୍ଡ ଘଟାଇଛି ଏବଂ କାହିଁକି ଏପରି କରିଛି ତାହା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି ।
