June 12, 2026

ନୂତନ ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ 

IMG-20250917-WA0082
Share

 

ବୁଗୁଡା : ତା ୧୭/୦୯/୨୫ : ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ମାନସ ରଞ୍ଜନ ସାହୁ ଯୋଗ ଦେଇଥିବା ଜଣାଯାଇଛି। ପୂର୍ବରୁ ସେ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ଯରତ ଥିଲାବଳେ ଏବେ ଏଠାରେ ଅତିରିକ୍ତ ଦାୟିତ୍ବରେ ଥିବା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବା ପରେ କାର୍ଯାଳୟର କର୍ମଚାରୀଗଣ ତାଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇଥିଲେ। ତେବେ ସେ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ତାଙ୍କ ତତ୍ତ୍ବାବଧାନରେ ବୁଗୁଡା ବନାଞ୍ଚଳର ୮ଟି ସ୍ଥାନରେ ୮୨୩୮ଟି ବୃକ୍ଷ ରୋପଣ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯକ୍ରମକୁ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ଅର୍ଜୁନ ଜାନି, କ୍ଷୀରୋଦ କୁମାର ଗୌଡ, ସୁନିତା ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ଏବଂ ବନ ସୁରକ୍ଷାର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ।

You may have missed