June 12, 2026

କୃଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ମନୋନୟନ

IMG-20250916-WA0065
Share

 

 

 

ସୁରେନ୍ଦ୍ର କଠାରଙ୍କ ରିପୋର୍ଟ

 

ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରାର ଏକ ବୈଠକ ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଲାଦରପାଲି ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ପ୍ରାୟ ୧ବର୍ଷ ହେବ ସ୍ଥାଣୁ ଅବସ୍ଥାରେ ରହିଥିଲା । ସଭାପତିଙ୍କ ସ୍ବାସ୍ଥ୍ୟ ଗତକାରଣରୁ ସେ ସମୟ ଦେଇପାରୁନଥିବାରୁ ଏକ କାର୍ଯ୍ୟକାରୀ ସଭାପତି ମନୋନୟନ ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା । ସଙ୍ଗଠନର ନିଷ୍ପତ୍ତି କ୍ରମେ କାର୍ଯ୍ୟକାରୀ ସଭାପତି ରୂପେ ଟିକେଲାଲ ମିଶ୍ରଙ୍କୁ ମନୋନୀତ କରାଗଲା । ସଂଘକୁ ପରିଚାଳନା କରିବା ପାଇଁ ୧୬ କମିଟି ଗଠନ କରାଯାଇଛି ଯହିଁରେ ବୀରେନ୍ଦ୍ର କର,ଟିକେଲାଲ ମିଶ୍ର, ସୁରେଶ କର୍ଣ୍ଣ,ସତବାବୁ, ସୁବାଷ ବିଶ୍ଵାଳ,ନରେନ୍ଦ୍ର ପ୍ରଧାନ, ବୁଦ୍ଧଦେବ ନନ୍ଦ,ଅମୂଲ୍ୟ ସ୍ବାଇଁ, ସୁଜିତ ପ୍ରଧାନ, ସଂକ୍ରାନ୍ତି,ଭୁବନ ପ୍ରଧାନ,ଦଶରଥ ଭୋଇ,ପାପରାଓ ଚୌଧୁରୀ,କୀର୍ତ୍ତନ ବିଶ୍ଵାଳ, ଅଶ୍ୱିନୀ ତ୍ରିପାଠୀ,ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ସଦସ୍ୟ ରହିଛନ୍ତି  ।

You may have missed