June 12, 2026

ଗଜପତିରେ ସାର କଳା ବଜାର ଓ ଅଭାବର ପ୍ରତିବାଦରେ ସୋସାଇଟି ଗୋଦାମ ଗୃହକୁ ଘେରିଲେ ଚାଷୀ

IMG-20250916-WA0049
Share

 

 

ପାରଳାଖେମୁଣ୍ଡି:୧୬/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ତହସିଲରେ ସାର କଳା ବଜାର ଓ ଅଭାବକୁ ନେଇ ଚାଷୀ ଓ କୃଷକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି. ସାରର ଏହି ସଂକଟଜନକ ପରିସ୍ଥିତିକୁ ତୁରନ୍ତ ସମାଧାନ କରାଯାଉ ବୋଲି ଦାବି ହୋଇଛି। ଗତକାଲି ସୋମ‌ବାର ଦିନ ୫୦୦ରୁ ଅଧିକ ଚାଷୀ କୃଷି ସମବାୟ ସମିତିର ଗୋଦାମ ଘେରଉ କରି ସେମାନଙ୍କୁ ଆବଶ୍ୟକ ପରିମାଣର ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଥିଲେ I ଶୃଙ୍ଖଳା ରକ୍ଷା ସକାଶେ ପୁଲିସ ପହଞ୍ଚିଥିଲା । ଜୁନ୍ ମାସରେ ପ୍ରଥମେ ଦୁଇ ଦଫାରେ ୮୬୦ ବସ୍ତା ୟୁରିଆ ଆସିଥିଲା I ଜୁଲାଇରେ ୫୬୦ ବସ୍ତା ୟୁରିଆ, ଅଗଷ୍ଟରେ ୨୦୦ ବସ୍ତା ଡିଏପି ଓ ଚଳିତ ମାସ ୧୨ ତାରିଖରେ ଆଉ ୪୫୦ ବସ୍ତା ୟୁରିଆ ଗୋଦାମରେ ପହଞ୍ଚିଛି ବୋଲି ସମିତି ସମ୍ପାଦକ ଏମ ଗିରିବାକୁ କହିଛନ୍ତି I ଏଭଳି ମୋଟ ୧୮୭୦ ବସ୍ତା ୟୁରିଆ ଓ ୨୦୦ ବସ୍ତା ଡି ଏପି ମିଳିଥିବା ବେଳେ ସମବାୟ ସମିତିରୁ ରଣ ନେଇ ଠିକ୍ ସମୟରେ ପରିଶୋଧ କରିଥିବା ୨୦୯ ଚାଷୀଙ୍କୁ ଦୁଇ ଦଫାରେ ୯୦ କେଜି ଓ ଚାଷୀ ଆଇଡି ଥିବା ଚାଷୀଙ୍କୁ ଗୋଟିଏ ଥର ୪୫ କେଜି ଲେଖାଏଁ ୟୁରିଆ ଦିଆଯାଇଛି। ବର୍ତ୍ତମାନ ୪୫୦ ବସ୍ତା ୟୁରିଆ ଗଚ୍ଛିତ ଅଛି । ଦିନେ ଦୁଇ ଦିନ ଭିତରେ ଆଉ କିଛି ସାର ଆସିଲେ ଯୋଗ୍ୟ ବିବେଚିତ ଚାଷୀଙ୍କୁ ବଣ୍ଟାଯିବ ବୋଲି ମଧ୍ୟ ସେ କହିଛନ୍ତି | ହେଲେ ସବୁ ଚାଷୀଙ୍କୁ ସାରର ଆବଶ୍ୟକ‌ତା ଥିବାବେଳେ ମୁଷ୍ଟିମେୟ ଚାଷୀଙ୍କୁ ସାର ମିଳିଛି । ଯାହା ମିଳିଛି, ତାହା ସମୁଦ୍ରକୁ ଶଙ୍ଖ ଭଳିI ୫ ଏକର ଜମି ଥିବା ଜଣେ ଚାଷୀ ୪୫ କେଜି ୟୁରିଆ ନେଇ କ’ଣ କରିବ ବୋଲି ପ୍ରଶ୍ନ କରି ଚାଷୀମାନେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି.

You may have missed