April 27, 2026

ଗୁଞ୍ଜନ ପକ୍ଷରୁ ପୁରୀରେ ” ଆହେ ନୀଳ ଶୈଳ, ” ପ୍ରଦର୍ଶିତ

IMG-20250914-WA0022
Share

ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଏକ ସୁନାମଧନ୍ୟ ନୃତ୍ୟାନୁଷ୍ଠାନ ” ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ” ଆଜିର ଦିନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରତିବର୍ଷ ଗୁଞ୍ଜନ ଓଡ଼ିଶୀ ନୃତ୍ୟର ପ୍ରଚାର ଏବଂ ପ୍ରସାର ନିମନ୍ତେ ବର୍ଷ ସାରା ନିୟମିତ ଭାବେ କେତେକ ଉତ୍ସବ ଆୟୋଜିତ କରିଥାଏ । ଏହା ମଧ୍ୟରୁ “ଗୁଞ୍ଜନ ସନ୍ଧ୍ୟା” ଉତ୍ସବ ନିଆରା ଯେଉଁଥିରେ ଗୁଞ୍ଜନ ର ନୃତ୍ୟଶିଳ୍ପୀ ମାନେ ଓଡ଼ିଶା ବାହାରେ, ବିଭିନ୍ନ ରାଜ୍ୟରେ ଗୁରୁ ମୀରା ଦାସଙ୍କ ତତ୍ତ୍ବାବଧାନରେ ଏବଂ ତାଙ୍କ ନୃତ୍ୟ ସଂଯୋଜନା ଗୁଡିକୁ ପ୍ରସ୍ତୁତି କରିଥାନ୍ତି। ଏହା ବିଗତ ୧୪ବର୍ଷର ଯାତ୍ରା ସହିତ ଏହି ବର୍ଷ ଗୁଞ୍ଜନ ସେପ୍ଟେମ୍ବର ୧୩ତାରିଖ ପୁରୀ ର “ଜୟଦେବ ଅଡିଟୋରିୟମ”, ସଦାଶିବ କ୍ୟାମ୍ପସ ଠାରେ “ଗୁଞ୍ଜନ ସନ୍ଧ୍ୟା” ଆୟୋଜିତ କରାଯାଇଥିଲା l। ଏହି ସନ୍ଧ୍ୟା ରେ ଗୁଞ୍ଜନ ର ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଉପସ୍ଥାପନରେ “ଆହେ ନୀଳ ଶୈଳ ”

ଏହି ନୃତ୍ୟନାଟିକାରେ – ନୀଳ ଶଇଳର ଶିଖରରେ ମହା କରୁଣାର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭିନ୍ନ ଭିନ୍ନ କଥାବସ୍ତୁ ଏବଂ ଭକ୍ତ ସାଲବେଗଙ୍କ ଅନନ୍ୟ ଭକ୍ତି ଓ ସମର୍ପଣର ସାରକଥା ସହିତ ଆହେ ନୀଳ ଶଇଳର ଆଧାରରେ ନାଟକୀୟ ପରିକଳ୍ପନାକୁ ନୃତ୍ୟରେ ସଂରଚନା କରିଛନ୍ତି ଗୁରୁ ମୀରା ଦାସ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସମ୍ମାନିତ ଅତିଥିରୁପେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗଦାନ କରିଥିଲେ। ଏହି ସନ୍ଧ୍ୟା କାର୍ଯ୍ୟକ୍ରମ ରେ, ପୁରୀର ଓଡିଶୀ ଗୁରୁ ଅଶୋକ କୁମାର ଦାସ, ନାରାୟଣ ପଣ୍ଡା,କୁମାର ଭୀମସେନ ଏବଂ ମାହାରୀ ଗୁରୁ ରୂପଶ୍ରୀ ମହାପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା।

ଦର୍ଶକ ଓ ଉଦୀୟମାନ ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟର ପରମ୍ପରା ଏବଂ ମର୍ଯାଦା କୁ ଅକ୍ଷୁର୍ଣ୍ଣ ରଖୀବାକୁ ବହୁ ମାତ୍ରାରେ ଦର୍ଶକ ଙ୍କ ନିକଟରେ ପହଞ୍ଚେଇବାକୁ “ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ” ସର୍ବଦା ପ୍ରଚେଷ୍ଟା ଜାରି ରଖୀଛି ଏବଂ ଭବିଷ୍ୟତରେ ଏହାକୁ ଜାରିରଖୀବା ପାଇଁ ଦୃଢ଼ ନିଶ୍ଚିନ୍ତ ମଧ୍ୟ କହିଥିଲେ ଗୁରୁ ମୀରା ଦାସ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ