April 28, 2026

ଯନ୍ତ୍ରୀ ଙ୍କ ଖୋର୍ଦ୍ଧା ଜିଲ୍ଲା ପ୍ରୀତି , ଦୀର୍ଘ ଦିନ ଧରି ହେଉନି ଅନ୍ୟ ଜିଲ୍ଲା କୁ ବଦଳି

IMG-20250914-WA0003
Share

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ରେ କାର୍ଯ୍ୟରତ ପୂର୍ବତନ କନିଷ୍ଟ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି ଙ୍କ ଡି.ଆର.ଡି.ଏ.ଖୋର୍ଦ୍ଧା କାର୍ଯ୍ୟାଳୟ ପତ୍ର ସଂଖ୍ୟା -୩୭୧୬

ତା-୧୩.୧୨.୨୦୧୯ ରେ ବୋଲଗଡ଼ ବ୍ଲକ କୁ ବଦଳି ହୋଇଥିବା ବେଳେ , ବିଡ଼ିଓ ଟାଙ୍ଗି ତାଙ୍କୁ ପତ୍ର ସଂଖ୍ୟା -୪୪୨୬, ତା -୧୭.୧୨.୨୦୧୯ ରିଖ ରେ କାର୍ଯ ରୁ ରିଲିଭ କରିଦେଇଥିଲେ ଏବଂ ସେହି ନିର୍ଦ୍ଦେଶନାମା ବଳରେ ଶ୍ରୀଯୁକ୍ତ ବାହିନୀପତି ତା -୨୪.୧୨.୨୦୧୯ ରେ ବୋଲଗଡ଼ ବ୍ଲକ ରେ କନିଷ୍ଟ ଯନ୍ତ୍ରୀ ଭାବରେ କାର୍ଯ ରେ ଯୋଗଦେଇଥିଲେ l ତା -୧୩.୫.୨୦୨୧ ରିଖ ରେ ପତ୍ର ସଂଖ୍ୟା -୮୨୪୫ ତାଙ୍କୁ ବୋଲଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ପଦ ରୁ ରିଲିଭ କରି ଦିଆଯାଇଥିବାବେଳେ, ଡି. ଆର.ଡି.ଏ.ଖୋର୍ଦ୍ଧା କାର୍ଯ୍ୟାଳୟ ପତ୍ର ସଂଖ୍ୟା -୨୧୨୧, ତା -୨୦.୫.୨୦୨୧ ରିଖ ରେ ତାଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀ ରୁ ସହକାରୀ ଯନ୍ତ୍ରୀ ଭାବରେ ପଦୋନ୍ନତି ଦିଆଯାଇ ପୁନର୍ବାର ବୋଲଗଡ଼ ବ୍ଲକ ରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିଲା l ପତ୍ର ସଂଖ୍ୟା -୯୧୫୪, ତା -୨୭.୪.୨୦୨୩ ରେ ଶ୍ରୀଯୁକ୍ତ ବାହିନୀପତି ଙ୍କୁ ସହକାରୀ ଯନ୍ତ୍ରୀ ରୁ ସହକରୀ ନିର୍ବାହୀ ଯନ୍ତ୍ରୀ ଭାବରେ ପଦୋନ୍ନତି ଦିଆଯାଇ ପୁନର୍ବାର ବୋଲଗଡ଼ ବ୍ଲକ ରେ ଅବସ୍ଥାପିତ କରାଯାଇଛି l ଜଣେ ବ୍ୟକ୍ତି ଗୋଟିଏ କାର୍ଯ୍ୟାଳୟ ରେ ଅବସ୍ଥାପିତ ହୋଇ ଦୁଇଥର ପଦୋନ୍ନତି ପାଇଥିଲେ ମଧ୍ୟ ଅନ୍ୟ କୌଣସି ଜିଲ୍ଲା କୁ ତାଙ୍କର ବଦଳି ନ ହେବା ନେଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି l ଫଳରେ ଗୋଟାଏ କାର୍ଯ୍ୟାଳୟ ରେ ଦୀର୍ଘଦିନ ଧରି ପଦବୀ ମାଡ଼ି ବସିଥିବାରୁ ଦୁର୍ନୀତି ର ଗନ୍ଧ ବାରି ହୋଇପଡୁଛି l ରାଜ୍ୟ ସରାରଙ୍କର ବଦଳିନୀତି ଇଂ ବାହିନୀପତୀ ଙ୍କ କ୍ଷେତ୍ର ରେ ଲାଗୁ ହୋଇନଥିବାବେଳେ ଏହାକୁ ନେଇ ଅନ୍ୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ସହିତ ଇଂ ବାହିନୀପତୀ ଙ୍କୁ ଖୋର୍ଦ୍ଧା ଜିଲ୍ଲା ରୁ ଅନ୍ୟ ଜିଲ୍ଲା କୁ ବଦଳି କରିବା ସହିତ ବୋଲଗଡ଼ ବ୍ଲକ ରେ ତାଙ୍କ କାର୍ଯ୍ୟକାଳ ସମୟ ରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ର ଯାଞ୍ଚ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା କରାଗଲେ ବହୁ ଦୁର୍ନୀତି ର ପର୍ଦ୍ଦାଫାଶ ହୋଇପାରିବ ବୋଲି ସାଧାରଣ ରେ ଆଲୋଚୋନା ହେଉଛି l

You may have missed