June 12, 2026
ajiro khabar
Share

 

 

ଅନଲାଇନରେ ଉପଲବ୍ଧ ହେବ ଓକିଲ ଏବଂ ନୋଟାରୀଙ୍କ ସମ୍ପୂର୍ଣ୍ଣ ଡାଟାବେସ୍। ଫର୍ଜରୀ ଏଗ୍ରିମେଣ୍ଟ ଜଗିବେ, ନିଯୁକ୍ତି ହେବେ ଶହଶହ ନୂଆ ନୋଟାରୀ।

 

ରାଜ୍ୟ ସରକାର ଏବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୭.୫ କୋଟି ଗଛ ଲଗାଇବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ

 

ରାଜ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୩,୦୬,୬୯୫ ମାମଲାର ସମାଧାନ ହେଲା।

 

ନୂଆପଡ଼ା ଉପନିର୍ବାଚନ ପାଇଁ ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା।

 

ବୌଦ୍ଧ ରେ ସାର ଅଭାବ ପାଇଁ ତାତିଲେ ଚାଷୀ, ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ କଲେ

 

ଅଶାନ୍ତ ପୁରୀରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଦାଦା ପୁତୁରାଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହେଲା

 

ଭଦ୍ରକ ସଦର ବ୍ଲକ କେଶପୁରର ମହିଳା ଦାଦନ ଶ୍ରମିକ କେରଳରେ ଆଖି ବୁଜିଲେ। ମୃତଦେହ ଆସିଲା ଓଡିଶା

 

ଢେଙ୍କାନାଳ ଭୁବନ ଜାତୀୟ ରାଜପଥରେ ଯୁବକର ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ରଞ୍ଜନ ରାଉଳ।

 

ମାଲକାନଗିରି ସୀମାନ୍ତରେ ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତାଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା।

 

କୋରାପୁଟରେ ମାର୍କେଟ୍ କମ୍ପ୍ଲେକ୍ସ ଛାତ ଭୁଶୁଡ଼ିଲା। ଜଣେ ମୃତ, ଜଣେ ଗୁରୁତର। ମୃତ ଦୋକାନୀଙ୍କ ଚକ୍ଷୁଦାନ କଲେ ପରିବାର

 

ମୟୁରଭଞ୍ଜ ବେତନଟୀରେ ପାଦ ଛୁଇଁ ପ୍ରଣାମ କଲେନି ବୋଲି ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ପିଟିଲେ ଶିକ୍ଷୟିତ୍ରୀ।

 

ମୟୂରଭଞ୍ଜ ଭୀମଦା ଅଞ୍ଚଳରେ ଫାର୍ମ ହାଉସରେ ବେଆଇନ ବାଣ ଘରେ ବିସ୍ଫୋରଣ ଘଟି ଛାତ ଭୁଶୁଡ଼ି ଗଲା, ଜଣେ ମହିଳାଙ୍କର ମୃତ୍ୟୁ

 

ସମ୍ବଲପୁର ବାମରା ରେ ଛତୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ ବୟସ୍କ ବ୍ୟକ୍ତି, କଚାଡ଼ି ଦେଲା ହାତୀ।

 

ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାରେ ପୁଲିସ ନିଷ୍କ୍ରିୟତା ନେଇ, ସତ୍ୟପାଠ କରିବାକୁ କହିଲେ ହାଇକୋର୍ଟ

 

ଯାଜପୁର ଜିଲ୍ଲାରେ ମୋବାଇଲ ଟାୱାରରୁ ଯନ୍ତ୍ରାଂଶ ଚୋରି କରୁଥିବା ୩ ଲୁଟେରାଙ୍କ ଗ୍ୟାଙ୍ଗ ଧରା ପଡିଲେ

 

ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ଏବେ ବି ସଙ୍କଟାପନ୍ନ, ସୂଚନା ଦେଲେ ଏମ୍ସ ହସପିଟାଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।

 

ଜାମ୍ମୁରେ ଲଗାଣ ବର୍ଷା ଯୋଗୁଁ ମାତା ବୈଷ୍ଣଦେବୀଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ପୁଣି ସ୍ଥଗିତ ରଖାଯାଇଛି ।

 

ନେପାଳରେ ରାଜନୈତିକ ସଙ୍କଟ ଜାରି। ଫସି ରହିଛନ୍ତି କେନ୍ଦ୍ରାପଡ଼ାର ୧,୦୦୦ରୁ ଅଧିକ ପାଇପ ମିସ୍ତ୍ରୀ

 

ସାହାରା ସଂସ୍ଥାର ଜମାକାରୀଙ୍କୁ ମିଳିବ ଆଉ ୫୦୦୦ କୋଟି। ସୁପ୍ରିମ୍‌କୋର୍ଟ ଦେଲେ ଅନୁମତି।

 

ଜିଏସଟି କମିଥିବା ଜିନିଷର ମୂଲ୍ୟ କମାଇବାକୁ ପ୍ରସ୍ତୁତ ନୁହନ୍ତି ଏଫଏମସିଜି କମ୍ପାନୀ କର୍ତ୍ତୃପକ୍ଷ

 

ୟୁପିଆଇ ମାଧ୍ୟମରେ ଦୈନିକ ବ୍ୟାବସାୟିକ ଦେଣନେଣ ସୀମା ୧୦ ଲକ୍ଷ୍ୟକୁ ବୃଦ୍ଧି।

 

ଦୁବାଇରେ ଏସିଆ କପ୍ କ୍ରିକେଟରେ ଭାରତ-ପାକିସ୍ଥାନ ମୁକାବିଲା ଆଜି।

 

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ବୟକଟ୍ କରିବାକୁ ପହଲଗାମ ଆତଙ୍କୀ ଆକ୍ରମଣ ପୀଡ଼ିତ ପରିବାରଙ୍କ ଦାବି।

 

ଆମେରିକାଠାରୁ କୋଟି କୋଟି ଟଙ୍କାର ୬ଟି ପି-୮୧ ସାମୁଦ୍ରିକ ପାଟ୍ରୋଲ ବିମାନ କିଣିବ ଭାରତ

=======================

ଆଜି ହିନ୍ଦୀ ଦିବସ

 

ଆଜି ଜନ୍ମଦିନ: ଠାକୁର ଅନୁକୂଳ ଚନ୍ଦ୍ର, ରାମ ଜେଠମାଲାନୀ, ଜିପି ସିପ୍ପୀ, ଆୟୁଷ୍ମାନ ଖୁରାନା, ସୂର୍ଯ୍ୟ ଯାଦବ (କ୍ରିକେଟ), ମହମ୍ମଦ ମହସିନ (ସିନେମା)

 

ଇତିହାସରେ ଆଜି: (୧୯୧୭) ଋଷିଆ ଗଣତାନ୍ତ୍ରିକ ଦେଶ ଘୋଷିତ/ (୧୯୪୯) ହିନ୍ଦୀ ହେଲା ରାଷ୍ଟ୍ରଭାଷା/ (୧୯୬୦) OPEC, ତୈଳ ଉତ୍ପାଦନକାରୀ ଦେଶଙ୍କ ସଂଘ ତିଆରି ହେଲା/ (୧୮୧୨) ମସ୍କୋରେ ପଶିଲେ ନେପୋଲିୟନ/ (୧୯୫୯) ଚନ୍ଦ୍ରକୁ ରକେଟ ପଠାଇଲା ରୁଷିଆ

=======================

*ବନ୍ଦେ ଉତ୍କଳ ଜନନୀ*

You may have missed