September 12, 2026

ବଳଭଦ୍ର ପୁର ଗ୍ରାମରେ ଝାମୁଯାତ୍ରା ପାଳିତ ହୋଇଯାଇଛି

IMG-20250911-WA0053
Share

ଚଳିତ ଭାଦ୍ରବ ମାସରେ ଲାଞ୍ଜିଗଡ଼ ବ୍ଲକର ବଳଭଦ୍ର ପୁର ଗ୍ରାମରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଝାମୁଯାତ୍ରା ପାଳିତ ହୋଇଯାଇଛି। ପ୍ରକାଶ ଥାଉକି ଏହି ଯାତ୍ରା ବହୁ ପ୍ରାଚୀନ କାଳରୁ ସ୍ଥାନୀୟ ରାଜାଙ୍କ ଅନୁମତି କ୍ରମେ ପାଲିତ ହୋଇଆସୁଛି। ଗ୍ରାମ ଦେବତା ବୁଢ଼ା ଭୈରବ, କଣା ଭୈରବ ଓ ପୁଝାରୀ ମାନେ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ନିକଟସ୍ତ ନିୟମଗିରି ପାହାଡ଼ର ପାଦଦେଶରେ ଥିବା ବୁଢ଼ା ଭୈରବ ଦେବତାଙ୍କ ପୀଠ ରୁ ଆଜ୍ଞା ମାଳ ଆଣିଥିଲେ। ସାଙ୍ଗରେ ଘୁମୁରା ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ଝାମଯାତ୍ରା ପଡ଼ିଆ କୁ ଫେରିଆସିଥିଲେ। ସେଠାରେ କଣ୍ଟା ଦୋଳିରେ କିଛିସମୟ ଝୁଲିଥିଲେ।

ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରଡ଼ ନିଆଁ ରେ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଦୌଡ଼ି ଦୌଡ଼ି ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଯାତ୍ରା ର ଶେଷ ପର୍ଯ୍ୟନ୍ତ ବହୁ ଦୂର ଦୁରାନ୍ତରୁ ଆସିଥିବା ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ବଳଭଦ୍ର ପୁର ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଝାମୁଯାତ୍ରା ହର୍ସ ଉଲ୍ଲାସରେ ସମ୍ପୂର୍ଣ୍ଣ ହୋଇଯାଇଅଛି।

ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*