November 16, 2024

ତୃତୀୟ ଦିନରେ ବୁଗୁଡ଼ା ଠାକୁରାଣୀ ଯାତ୍ରା , ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା 

Share

 

ବୁଗୁଡ଼ା : ତା ୨୮/୦୪/୨୩ : ବୁଗୁଡ଼ା ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସରେ ବିଶ୍ରାମ ନେବା ପରେ ଆଜି ତୃତୀୟ ଦିନରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ପରେ ରଶ୍ମିତା ରାଣୀ ପାତ୍ର , ସିଲ୍କି ପାତ୍ର ,ପୂର୍ଣବାସୀ ପଣ୍ଡା, ଝିଲ୍ଲୀ ଗୌଡ ଓ ପ୍ରଭାସିନୀ ସାହୁ ପ୍ରମୁଖ ମହିଳାଗଣ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଅସ୍ଥାନରୁ ବାହାରି ବିରଞ୍ଚନାରାୟଣ ମନ୍ଦିର ମୁଖ୍ୟ ସଡକରେ ସନ୍ତୋଷୀ ମା ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି ତଳଓଡିଆ ସାହି , ବାଲୁଙ୍କେଶ୍ବର ମନ୍ଦିର, ଗଣ୍ଡାମଞ୍ଜି ସାହି, କାର୍ଜି ସାହି, ପୋଲେଇ ସାହି, କରଣ ସାହି, ଚୈତନ୍ୟ ମନ୍ଦିର,ରଘୁନାଥ ସାହି, ବଳଦେବ ମନ୍ଦିର ଦେଇ ଆସ୍ଥାନକୁ ବିଜେ କରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଗୃହ ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢି ପଞ୍ଚ ଠାକୁରାଣୀଙ୍କୁ ସ୍ବାଗତ ପୂର୍ବକ କୃପା ଭିକ୍ଷା କରିଥିଲେ ।

You may have missed