April 28, 2026

ଜଗନ୍ନାଥ ସେନା ପକ୍ଷରୁ ବିଜୁ ବାବୁ ଙ୍କ ଡାକୋଟା ବିମାନ

Screenshot_2023-01-20-06-51-00-782-edit_com.whatsapp
Share

 

ଜଗନ୍ନାଥ ସେନା ପକ୍ଷରୁ ବିଜୁ ବାବୁ ଙ୍କ ଡାକୋଟା ବିମାନ କୁ ପୁରୀ ରେ ରଖିବା ଲାଗି ଦାବି l ପୁରୀ କୁ ପ୍ରତେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆଶୁଥିବା ବେଳେ ଏହାକୁ ପୁରୀରେ ରଖା ଯିବା ଦ୍ୱାରା ସବୁ ପ୍ରକାର ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇ ପାରିବେ l ଅନେକ ଦିନ ପରେ ବିଜୁ ବାବୁଙ୍କ ଲଢୁଆ ବୀମାନ ଓଡିଶା ଫେରୁଥିବା ବେଳେ ସାରା ଓଡିଶା ବାସି ବେଶ ଖୁସି ବ୍ୟକ୍ତ କରିଛନ୍ତି l ତେବେ ଆଜି ପୁରୀ ଅର୍ବାନ ହାଟ ଠାରେ ଜଗନ୍ନାଥ ସେନା ପକ୍ଷରୁ ଡାକୋଟା ବିମାନ କୁ ସ୍ୱାଗତ କରିବା ସହ ଏକ ସାମ୍ବାଦିକ ସମିଳନୀ କରାଯାଇ ଡାକଟା ବୀମାନ କୁ ପୁରୀର ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯାଉ ବୋଲି ଜଗନ୍ନାଥ ସେନା ଦାବି କରିଛି l ଭୁବନେଶ୍ୱର ବିମାନ ବନ୍ଦର ଡାକୋଟା ବିମାନ କୁ ରଖିବା ବିରୋଧ କରି ଡାକୋଟା ବିମାନ କୁ ପୁରୀ ଅଣାଯାଇ ଏଠାରେ ରଖିଲେ ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ମାନେ ଏହାକୁ ଦେଖିପାରିବେ ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed