ଉମରକୋଟ ରେ ବିଷଧର ସାପ କାମୁଡ଼ିବାରୁ ମହିଳା ମୃତ…….
ଉମରକୋଟ:- (ଏମ୍.ଦୀନା°ଶୂ ଆଚାରୀ) ବିଷଧର ସାପ କାମୁଡ଼ିବା ଦ୍ୱାରା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଜାମରୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମଧୋଡ଼ି ଗ୍ରାମ ରେ l ସୂଚନା ଅନୁଯାୟୀ ନବିତା ଗଣ୍ଡ ବୟସ ୨୩ ବର୍ଷ ଗତ କାଲି ରାତି ଖାଇସାରି ଶୋଇଥିବା ବେଳେ ରାତ୍ରି ପ୍ରାୟ ୯:୦୦ ଘଣ୍ଟିକା ସମୟରେ ଏକ ଚିତ୍ତି ସାପ ନବିତା ଙ୍କ ବାମ ହାତରେ କାମୁଡ଼ିଥିଲା l ସାପ କାମୁଡ଼ିଥିବା ଜାଣିପାରି ପରିବାର ଲୋକ ତାଙ୍କୁ ତୁରନ୍ତ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ l ସେଠାରେ ନବିତା ଙ୍କ ସ୍ୱାସ୍ଥ୍ୟ ବସ୍ଥା ରେ କିଛି ସୁଧାର ନହେବାରୁ ଡାକ୍ତର ତାଙ୍କୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇଦେଇଥିଲେ l ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି l ଉକ୍ତ ଘଟଣା ପରେ ଜାମଧୋଡ଼ି ଗ୍ରାମ ରେ ଶୋକର ଛାୟା ଖେଳିଯାଇଛି l
