March 10, 2026

ଉମରକୋଟ ଠାରେ ସାର ଗୋଦାମ ଗୁଡ଼ିକର ଷ୍ଟକ ଯାଞ୍ଚ କଲେ ଜିଲ୍ଲାପାଳ……..

IMG-20250904-WA0024
Share

 

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉମରକୋଟ ଗସ୍ତ ରେ ଆସିଥିବା ଅବସର ରେ ଉମରକୋଟ ଲେଂପ୍, ଅଧିକାରୀଗୁଡା ଠାରେ ଥିବା ଜିତ ଫର୍ଟିଲାଈଜର, ଉମରକୋଟ ସହର ନିକଟସ୍ଥ ଦାଡ଼ିଗୁଡା ଠାରେ ଥିବା ସିଦ୍ଧି ବିନାୟକ ଟ୍ରେଡରସର ଗୋଦାମ ଗୁଡ଼ିକରେ ପଶି ଅଚାନକ ସାରର ଷ୍ଟକ୍ ଯାଞ୍ଚ କରିବା ସହ ସମସ୍ତ କାଗଜ ପତ୍ର ଓ ରେଜିଷ୍ଟର ଯାଞ୍ଚ କରିଥିଲେ। ଯାଞ୍ଚ ସମୟ ରେ ଜିଲ୍ଲା ପାଳ କୌଣସି ତ୍ରୁଟି ପରିଲକ୍ଷିତ କରି ନ ଥିଲେ । ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏକ ପ୍ରଧାନ କୃଷି ଅଞ୍ଚଳ ହେଇ ଥିବା ବେଳେ ପ୍ରତି ବର୍ଷ ଚାଷୀ ମାନେ ଠିକ ସମୟରେ ୟୁରିଆ ଓ ବିଭିନ୍ନ ସାର ପାଇ ପାରୁନଥିବା ବେଳେ ଅନେକ ସମୟରେ ରାସ୍ତାରୋକ ମଧ୍ୟ କରୁଥିବ। ଦେଖିବାକୁ ମିଳୁଛି। ଏପରି କି କଳା ବେପାରୀ ମାନେ ଚଡା ଦରରେ ସାର ବିକ୍ରି କରୁଥିବା ଓ ଛତିଶଗଡ ରାଜ୍ୟରୁ ସାର ଅଣି ଚଡ। ଦରରେ ଚାଷୀ ମାନଙ୍କୁ ବିକ୍ରୀ କରି ଚାଷୀ ମାନଙ୍କୁ ଶୋଷଣ କରୁଥିବା ଜିଲ୍ଲାପାଳ ଅବଗତ ଥିଲେ। ଉମରକୋଟ ଅଞ୍ଚଳ ରେ ସାର ଅଭାବ ରହିଥିଲା ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ସାର ଉମରକୋଟ କୁ ଯୋଗାଇ ଦିଆଯାଇଛି ଏବଂ ଚାଷୀ ବ୍ୟସ୍ତ ବିବ୍ରତ ନ ହୋଇ ଲ୍ୟାମ୍ପ ଓ ଡିଲରଙ୍କ ପାଖରୁ ସାର ନେଇ ପାରିବେ ଏବଂ କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆଯାଇଛି ବୋଲି ଏହି ଅବସରରେ ଜିଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଳାପାଳ ଙ୍କ ସହ ଉମରକୋଟ ବ୍ଳକ କୃଷି ଅଧିକାରୀ ସନ୍ତୋଷ କୁମାର ନାୟକ, ରାଇଘର ବ୍ଲକ କୃଷି ଅଧିକାରୀ ରଶ୍ମି କାନ୍ତ ସାହୁ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ନିହାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଳାପାଳ ଙ୍କ ର ଆଜିର ଏହି ପଦକ୍ଷେପ ପରେ ସାର କଳା ବେପାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି।