ନୀଳଗିରିରେ ବହୁ ଆକାଂକ୍ଷିତ ନୂତନ ଅତିରିକ୍ତ ଜିଲ୍ଲାଦୌରାଜଜ୍ କୋର୍ଟ ଉଦଘାଟିତ।
*ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ନ୍ୟାୟାଧିଶ ଭିଡିଓ କନ୍ଫରେନ୍ସିଂ ଜରିଆରେ କଲେ ଉଦ୍ଘାଟନ*।
ନୀଳଗିରି ( ଦେବାଶିଷ ଦାଶ )
ନୀଳଗିରି ଅଞ୍ଚଳର ଗରୀବ ଜନତାଙ୍କୁ ନ୍ୟାୟଦେବା ଉଦ୍ଦେଶ୍ୟରେ ବହୁ ବୁଦ୍ଧିଜୀବୀ ଏବଂ ଆଇନଜୀବୀଙ୍କ ଦାବୀ ଶେଷରେ ପୂରଣ ହୋଇଛି। ପୂର୍ବାହ୍ନ ୯.୪୫ସମୟରେ ନୀଳଗିରି ଦେୱାନି ଓ ଫୌଜଦାରୀ ଅଦାଲତ ପରିସରର ଉପର ମହଲାରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧିଶ ଶ୍ରୀ ହରିଶ ଟଣ୍ଡନ , ବାଲେଶ୍ୱର ପ୍ରଶାସନିକ ଜଜ୍ ତଥା ହାଇକୋର୍ଟ ଜଜ କୃଷ୍ଣରାମ ମହାପାତ୍ର ଏବଂ ଅନ୍ୟାନ୍ୟ ଜଜଙ୍କ ଉପସ୍ଥିତିରେ ଉକ୍ତ ଅଦାଲତକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଲେଶ୍ୱରର ଜିଲ୍ଲାଜଜ୍ ସତ୍ୟନାରାୟଣ ମିଶ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ନୀଳଗିରିର ଅତିରିକ୍ତ ଜିଲ୍ଲା ଓ ଦୌରଜଜ୍ ସ୍ରୋତସ୍ଵିନୀ କର, ସବଜଜ ସୁନନ୍ଦା ପ୍ରଧାନ, ଏସଡିଜେଏମ ମୋନାଲିସା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ବାର ଏସୋସିଏସନ ର ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା, ଉପଖଣ୍ଡ ଓକିଲ ସଂଘ ସଭାପତି ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସମ୍ପାଦକ କିଶୋର ଚନ୍ଦ୍ର ଦାସଙ୍କ ସମେତ ଉଭୟ ଓକିଲ ସଂଘର ସମସ୍ତ ଆଇନଜୀବି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଆଜିଠାରୁ ଉକ୍ତ ଅଦାଲତ କାର୍ଯ୍ୟକ୍ଷମ ହୋଇଥିଲା ବେଳେ ଆଗାମୀ ଦିନରେ ନୀଳଗିରି ଅଞ୍ଚଳର ସମସ୍ତ ଫୌଜଦାରୀ ଏବଂ ଦେୱାନୀ ମାମଲା ଗୁଡିକ ବାଲେଶ୍ୱର ପରିବର୍ତ୍ତେ ନୀଳଗିରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ବିଚାରହୋଇ ନ୍ୟାୟପ୍ରଦାନ କରାଯିବାକୁ ଥିବାରୁ ନୀଳଗିରିବାସୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହିତ ରାଜ୍ୟସରକାର ଏବଂ ଉଚ୍ଚନ୍ୟାୟାଳୟଙ୍କୁ କୃତଜ୍ଞତା ଜଣାଇଛନ୍ତି।
