March 10, 2026

ପପଙ୍ଗା ପାହାଡ଼ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ପରିବାର

hand
Share

 

ସୁରେନ୍ଦ୍ର କଠାରକଂ ରିପୋର୍ଟ

 

 

ବରଗଡ଼ ଜିଲ୍ଲା ଭେଡ଼େନ

ବ୍ଲକ୍‌ର ଐତିହାସିକ ପପଙ୍ଗା ପାହାଡ଼ ଜଙ୍ଗଲରେ

ମଙ୍ଗଳବାର ପୁଲିସ୍ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ

ଉଦ୍ଧାର କରିଛି। ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା

ତୁମୁଲିବନ୍ଧ ଥାନା ସିଲିକି ଗାଁର ମାଧବ ଦିଗାର (୨୨)

ବୋଲି ଜଣାପଡ଼ିଛି। ପରିବାରଲୋକଙ୍କ

ଅଭିଯୋଗ ଅନୁସାରେ ମାଧବ ବହୁ ବର୍ଷ

ହେଲା ବାହାରେ ରହି କାମ କରୁଥିଲା।

ଗତ ୨୫ ତାରିଖ ମୁଁ ନୂଆଁଖାଇ ପାଇଁ

ଘରକୁ ଯାଉଛି ବୋଲି ଫୋନରେ

କହିଥିଲା। ପୁଣି ପରଦିନ ଘରକୁ ଫୋନ

କରି ମୋର ଜଣେ ସାଙ୍ଗ ବରଗଡ଼ ଜିଲ୍ଲା

ଭେଡେନ ବ୍ଲକ କୁଦୋପାଲି ଗ୍ରାମରେ

ଅଛି । ସେ ମୋତେ ତାର ଘରକୁ ନେଉଛି

ବୋଲି କହିଥିଲା। ପରେ ଆଉ ସେ

ଫୋନ ନ ଉଠାଉବାରୁ ପରିବାରଲୋକେ ବ୍ୟତିବ୍ୟସ୍ତ

ହୋଇ ନିକଟସ୍ଥ ଥାନାରେ ଏକ ନିଖୋଜ ମାମଲା

ଦାଏର କରିଥିଲେ। ପୁଣି ୧ ତାରିଖ ସନ୍ଧ୍ୟାରେ

ପରିବାରଲୋକେ ଭେଡ଼େନ ଥାନାକୁ ଆସି ଅଭିଯୋଗ

କରିଥିଲେ। ଭେଡେନ ଥାନାଧିକାରୀ ସୁଶାନ୍ତ ଦାଶ

ଘଟଣାକୁ ଗୁରୁତର ସହ ନେଇ ମାଧବଙ୍କ ମୋବାଇଲ

ଫୋନ ଲୋକେସନକୁ ଦେଖି ଆଜି ସକାଳୁ ପପଙ୍ଗା

ପାହାଡ଼ରେ ପହଞ୍ଚିଥିଲେ । ସେଠାରେ ଝୁଲନ୍ତା ଅବସ୍ଥାରେ

ଏକ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହଟି

ପଚିସଢି ଯାଇଥିବାରୁ ପ୍ରଥମେ ପରିବାର ଲୋକେ

ଚିହ୍ନଟ କରିଥିଲେ। ସାଇଣ୍ଟିଯିକ ଟିମ୍ ଆସିଲା ପରେ

ସନ୍ଧ୍ୟା ୬ଟାରେ ଶବକୁ ଉଦ୍ଧାର କରି

ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଯାଇଛି।

ଘଟଣାସ୍ଥଳରୁ ପୁଲିସ୍ ମୋବାଇଲ,

ସାର୍ଟପ୍ୟାଣ୍ଟ ସହ କାଗଜପତ୍ର ଥିବା

ଫାଇଲକୁ ଜବତ କରିଛି। ପରିବାର

ଲୋକେ ମାଧବଙ୍କୁ ହତ୍ୟା କରାଯାଇଛି

ବୋଲି ପୁଲିସ ପାଖରେ ଅଭିଯୋଗ

କରିଛନ୍ତି। ତେବେ ମାଧବ ନିଜ ଘରକୁ ନ

ଯାଇ ଜଙ୍ଗଲକୁ ଗଲେ କେମିତି ଓ କାହା

ସାଙ୍ଗରେ ଯାଇଥିଲେ ଏବଂ ଏହା ହତ୍ୟା

ନା ଆତ୍ମହତ୍ୟା ଘଟଣାସ୍ଥଳକୁ ପୁଲିସ୍ ପହଞ୍ଚି ତଦନ୍ତ

କରୁଛି । ଏନେଇ ଭେଡ଼େନ ଥାନା ଅଧିକାରୀ ଶ୍ରୀ ଦାଶଙ୍କୁ

ପଚରାଯିବାରୁ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା

ଜଣାପଡୁଛି । ସେହି ଆଧାରରେ ଏକ ଅପମୃତ୍ୟୁ ମାମଲା

ଋଜୁ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ

ଅନୁସାରେ ବି ତଦନ୍ତ ଚାଲୁଥିବା କହିଛନ୍ତି ।