ଆଜିର ଖବର
*ଖବର ଆଜିର*
ତାରିଖ ୨୮/୦୪/୨୦୨୩ ଶୁକ୍ରବାର ।
ଆଇପିଏଲ୍: ଚେନ୍ନାଇକୁ ୩୨ ରନ୍ରେ ହରାଇଲା ରାଜସ୍ଥାନ
ମନୀଷ ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ, ମେ’୧୨ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ଅବଧି ବଢାଇଲେ କୋର୍ଟ ।
ସୁଦାନରୁ ଉଦ୍ଧାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଲେ କୃତଜ୍ଞତା, ସେନାକୁ କହିଲେ ବାସ୍ତବ ହିରୋ ।
ନକଲି ଏଲଆଇସି ପଲିସି ଯୋଗେ କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କରୁ ୩.୮୨ କୋଟି ଟଙ୍କାର ଋଣ ଉଠାଯିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଗୁରୁବାର ୩ ଜଣଙ୍କୁ ଗିରଫ କରିଛି।
ମୁକୁଳିଲେ ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା; ମିଛ ଡ୍ରଗ୍ସ କେସ୍ରେ ଫସି ଜେଲ୍ରେ ଥିଲେ ବନ୍ଦୀ ।
ଆଳି ଡଙ୍ଗା ବୁଡ଼ି ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ।
ଆଜି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିବ। ତା’ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍ରେ ପହଞ୍ଚିବ।
ଲଣ୍ଡନରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର । ୨୫୦କୋଟି ଟଙ୍କା ପ୍ରଦାନ କରିବ ଫିନନେଷ୍ଟ କମ୍ପାନୀ ।
ଦେଶରେ ରେଡିଓ ସଂଚାରକୁ ଆହୁରି ମଜଭୁତ କରିବାକୁ ୧୦୦ ୱାଟ୍ର ୯୧ ଏଫ୍ଏମ୍ ଟ୍ରାନ୍ସମିଟର ଭାର୍ଚୁଆଲୀ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସିଭି ରମଣ ବିଶ୍ୱବିଦ୍ୟାଳୟରେ ଜି୨୦ ସମ୍ମିଳନୀ: ଉଦଘାଟନ ହେଲା ଆନାଲିଟିକାଲ୍ ରିସର୍ଚ୍ଚ ଲାବୋରୋଟୋରୀ ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ହୋଇଛି । ବୈଠକ ପରେ ରାଜନାଥ ସିଂହ କହିଛନ୍ତି ଯେ ସୀମାରେ ଶାନ୍ତି ନହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବ ନାହିଁ ।
ଓଡ଼ିଶାର ୭ଟି ସ୍ଥାନରେ ଖୋଲିବ ଆକାଶବାଣୀର ନୂଆ ଏଫ୍ଏମ୍ ଟ୍ରାନ୍ସମିଟର ।
ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ରାଜନୀତିରେ ହାଇଡ୍ରାମା, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣକୁ ବିରୋଧ କରି ଥାନାରେ ମାମଲା ।
ସମଲିଙ୍ଗୀ ବିବାହକୁ ନେଇ ଥମୁନି ବିବାଦ । ସମଲିଙ୍ଗୀମାନେ କିପରି ପାଇବେ ସାମାଜିକ ନ୍ୟାୟ, କେନ୍ଦ୍ରକୁ ପକ୍ଷ ରଖିବାକୁ କହଲେ ସୁପ୍ରିମକୋର୍ଟ
ଆମାଜନରେ ଜାରି ରହିଛି ଛଟେଇ, AWS ଏବଂ ମାନବ ସମ୍ବଳ ବିଭାଗ କର୍ମଚାରୀଙ୍କୁ ବିଦା କଲା କମ୍ପାନୀ ।
ଡାକୋଟା ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ, କହିଲେ- ଓଡ଼ିଶାଠୁ ଅନେକ କିଛି ଶିଖିବାର ଅଛି ।
ଡାକଘର ଧାଡ଼ିରେ ମନ୍ତ୍ରୀ ସ୍ମୃତି ଇରାନି: ଖୋଲିଲେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ଖାତା ।
ସୁପ୍ରଭାତ ,ଶୁଭ ସକାଳ ।