ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା

ବୁଗୁଡା : ତା ୦୧/୦୯/୨୫ : ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ବି.କରଡ଼ାବାଡ଼ି ଏବଂ ସଙ୍କୁରୁ ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପିଏମଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ବିଦ୍ୟାଳୟ କ୍ରୀଡା ସଂଗଠନ ସଭାପତି ତଥା ବିଇଓ ଚିନ୍ମୟ ମହାପାତ୍ରଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ କରାଯାଇଥିବା ବେଳେ ତାଙ୍କରି ପୌରୋହିତ୍ୟରେ ଆୟୋଜିତ କାର୍ଯ୍ଯକ୍ରମରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ନାୟକ, ବି.କରଡ଼ାବାଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ସଙ୍କୁରୁ ହାଇସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ବାଇଁ , ତାକରଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମହାରଣା ଯୋଗ ଦେଇ କ୍ରୀଡା ପ୍ରତିଯୋଗୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ ।ଏ ଅବସରରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ପ୍ରତିଯୋଗୀଙ୍କ ମଧ୍ୟରେ କବାଡି, ଖୋ-ଖୋ, ଦୌଡ, ଲଙ୍ଗ୍ ଜମ୍ପ, ହାଇ ଜମ୍ପ୍, ସଟପୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ଜଭଲିନ୍ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବୁଗୁଡା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ ସେକ୍ରେଟାରୀ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାଗୁଡିକୁ କ୍ରୀଡା ଶିକ୍ଷକ ସିଦ୍ଧାନ୍ତ କୁମାର ରାଉତ, ଲକ୍ଷ୍ମଣ ବେହେରା, ହରିହର ବିଶ୍ବାଳ, ଆଦିତ୍ୟ ପ୍ରଧାନ, ବିଜୟ କୁମାର ବିଷୋୟୀ ଓ ଦୁତିକୃଷ୍ଣ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ସିଆରସିସି ଦେବଦତ୍ତ ମହାନ୍ତି, ଅନନ୍ତ ସାହୁ ଓ ଶଶୀକାନ୍ତ ପାତ୍ରଙ୍କ ସମେତ ବି.କରଡ଼ାବାଡ଼ି ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
