ଅବସର କାଳୀନ ସମ୍ବର୍ଦ୍ଧନା ସଭା 

IMG-20250831-WA0014
Share

 

 

ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ

 

ଆଜି ରବିବାର ଦିନ ସୁଦୀପ୍ତ ସାହୁ ଙ୍କ ସଭାପତିତ୍ବରେ ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଅବସର ନେଇଥିବା ଶାରୀରିକ ଶିକ୍ଷା ଶିକ୍ଷକ ଲବ ସାହୁ, ସୁନୀଲ ଶତପଥି, ଅବସର ପ୍ରାପ୍ତ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ଭୁବନେଶ୍ୱର ମହାକୁର, କିଶୋର ଚନ୍ଦ୍ର ପଧାନ, ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ତ୍ରିଲୋକ୍ୟ ନାୟକ ମଂଚାସୀନ ଥିଲେ ପ୍ରଥମେ ସରସ୍ବତୀ ଙ୍କ ଫୋଟୋ ଚିତ୍ରରେ ପୂଜାର୍ଚନା କରାଯାଇଥିଲା ତା ପରେ ଅବସର ନେଇଥିବା ଲବ ସାହୁ, ସୁନୀଲ ଶତପଥି ଙ୍କୁ ଫୁଲତୋଡ଼ା ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ସଭା ରେ ମଂଚାସୀନ ଥିବା ଅତିଥି ମାନେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ସଭା କୁ ପି. ଇ. ଟି ଲକ୍ଷ୍ମୀ ମହାପାତ୍ର ପରିଚାଳନା କରିଥିବାବେଳେ, ପି. ଇ. ଟି ଶୁଭଶ୍ରୀ କର ସ୍ୱାଗତ ସଂଗୀତ ଗାନ କରିଥିଲେ,ଧନ୍ୟବାଦ ଅର୍ପଣ ପି. ଇ. ଟି ଗିରିଜା ପଧାନ କରିଥିଲେ l

You may have missed