March 10, 2026

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର 

IMG-20250829-WA0033
Share

 

ବୁଗୁଡା : ତା ୨୯/୦୮/୨୫ : ସ୍ଥାନୀୟ ବ୍ଲକ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ହେଲେ ବୁଗୁଡା ନିକଟସ୍ଥ କତକଲା ଗ୍ରାମର ଅକ୍ଷୟ କୁମାର ବିଷୋୟୀ (୩୦)। ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଅକ୍ଷୟ ବାଇକ ଯୋଗେ ବୁଗୁଡା ବଜାରକୁ ଆସୁଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକ ମୋବାଇଲ ଫୋନରେ କଥା ହୋଇ ତାଙ୍କର ସାମନାକୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ହଠାତ୍ ଡିସ୍ ବ୍ରେକ୍ ମାରି ଅକ୍ଷୟ ରାସ୍ତାରେ କଚାଡି ହୋଇପଡିଥିଲେ ଅନ୍ୟ ବାଇକ ଚାଳକ ଜଣକ ରାସ୍ତାର ଡିଭାଇଡରରେ ପିଟି ହୋଇଯାଇ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଅକ୍ଷୟଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।