ପିପୁଲ୍ଲ କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ

ବୁଗୁଡ଼ା : ତା ୨୯/୦୮/୨୫ : ସ୍ଥାନୀୟ ପିପୁଲ୍ଲ
କଲେଜର କ୍ରୀଡା ପରିଷଦ ପକ୍ଷରୁ ୧୪ତମ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବୁଗୁଡା ସହର ମୁଖ୍ୟ ସଡକରେ ଏକ ମାରାଥନ ଦୌଡ ସାଙ୍ଗକୁ କଲେଜର କ୍ରୀଡା ପ୍ରାଙ୍ଗଣରେ +୨ ଓ +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗର ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାଗୁଡିକର ପରିଚାଳନାରେ ଅଧ୍ଯାପକ ଦିଲ୍ଲୀପ କୁମାର ସେଠୀ ସହଯୋଗ କରିଥିଲେ । ଅନ୍ୟପକ୍ଷରେ , କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାକାର୍ଯ୍ଯରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସୁବାସ ଚନ୍ଦ୍ର ପରିଡା, ସମ୍ମାନିତ ଅତିଥି ଭାବେ ତାଳସାକର ହାଇସ୍କୁଲ କ୍ରୀଡା ଶିକ୍ଷକ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଓ ଅନ୍ତରପଡା ହାଇସ୍କୁଲ କ୍ରୀଡା ଶିକ୍ଷକ ହରିହର ବିଶ୍ବାଳ ଯୋଗ ଦେଇ ଖ୍ଯାତନାମା ହକି ଖେଳାଳି ମେଜର ଧ୍ଯାନଚାନ୍ଦ ସିଂଙ୍କ ସ୍ମୃତି ଚାରଣ ସହ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଉଭୟ ଆୟୋଜିତ ଦୌଡ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ କ୍ରୀଡା ଶିକ୍ଷକ ଶ୍ରୀନିବାସ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।
