June 14, 2026
ajiro khabar
Share

 

 

ଆଜି ନୂଆଁଖାଇ, ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମ ଓଡିଶା ବାସୀ କରିବେ ଭେଟଘାଟ

 

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି। ଚାଷୀଙ୍କୁ ମିଳିଲା ୧୦୪୧ କୋଟି

 

ଲୋକଙ୍କ ଠାରୁ ସିଧାସଳଖ ମତାମତ ନେବେ ମୁଖ୍ୟମନ୍ତ୍ରୀ। ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରି ହେବ।

 

ରାଜ୍ୟ ମହିଳା ଆୟୋଗ ୧୫ ଦିନରେ ୧୦୦ ଟି ମାମଲାର ସମାଧାନ କରିଦେଲେ ବୋଲି ଦାବୀ

 

ଅଗଷ୍ଟ ୩୦ରୁ ଭିତରକନିକାରେ ପକ୍ଷୀ ଗଣନା ହେବ।

 

ଅହମଦାବାଦରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ବିଦୁସ୍ମିତା।

 

କେନ୍ଦୁଝର ଘଟଗାଁ ତାରିଣୀ ପୀଠ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବ୍ୟୟ କରିବେ ୨୧୫ କୋଟି ଟଙ୍କା।

 

ମୁଖ୍ୟମନ୍ତ୍ରୀ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ କେଭି ସିଂଦେଓ କହିଲେ, ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ ବିକିଲେ ଜେଲ ହେବ।

 

ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ମନ୍ଦିର ଭିତରେ ହିଡେନ୍ କ୍ୟାମେରାରେ ସୁଟିଂ କରୁଥିବା ସମୟରେ ଧରାପଡ଼ିଲେ ଯୁବକ।

 

ରାଜଧାନୀରେ ନୂଆକରି ମରାମତି ହୋଇଥିବା ୩୦୦ ଟି ରାସ୍ତା ମରଣଯନ୍ତା। ମୁଖ୍ୟ ରାସ୍ତାରେ ହୋଇଛି ଗଭୀର ଖାଲ।

 

କଟକ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୧ ରେ ଖସିପଡ଼ିଲା ଛାତ। ଟ୍ରେନ ଚଳାଚଳ ବାଧାପ୍ରାପ୍ତ।

 

ପୁରୀରେ ଦିନ ଦ୍ବିପହରରେ ଶରଧାବାଲିରେ ୩ ଫୁଟିଆ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଆତଙ୍କ ଖେଳାଇଲେ। ଖଜା ଦୋକାନୀଙ୍କୁ ଆକ୍ରମଣ

 

କେନ୍ଦୁଝର ତେଲକୋଇରେ ଗଣେଶ ପୂଜା ପୁଷ୍ପାଞ୍ଜଳି ବେଳେ ଟଳି ପଡିଲେ ଶିକ୍ଷକ।

 

ବାଲେଶ୍ବର ନିଳଗିରିରେ ପୂଜା ସାରି ନାଚୁଥିବା ବେଳେ ଛାତ୍ର ମୃତ।

 

ନବରଙ୍ଗପୁରରେ ମୂର୍ତ୍ତି କାରିଗରଙ୍କ ଠାରୁ ଦୁର୍ବୁତ୍ତ ଲୁଟିନେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଉମରକୋଟ ଥାନରେ ଅଭିଯୋଗ ହୋଇଛି ।

 

ସୁରଟର କପଡା ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ କବିସୂର୍ଯ୍ୟନଗର ବ୍ଲକ୍ ଅଧକ୍ଷ ଓ ତାଙ୍କ ଦୁଇ ଭଣଜାଙ୍କୁ ଖୋଜୁଛି ପୁଲିସ୍

 

ଝାରସୁଗୁଡ଼ା ବିଧାୟକଙ୍କ ଘରୁ ଡିଭିଆର୍‌ ଚୋରି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

 

ମହାନଦୀ ଜଳ ବିବାଦ ପାଇଁ ଆଜି ରାୟପୁରରେ ରାଉଣ୍ଡ ଟେବୁଲ ବୈଠକ ହେବ

 

ସାର ଅଭାବ ବେଳେ ନକଲି ସାର ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏପଟେ ଚାଷୀଙ୍କୁ ମିଳୁନି ସାର। ଅନ୍ୟପଟେ ଫାଇଦା ଉଠାଇବାକୁ ଦଲାଲ ସକ୍ରିୟ ।

 

ଜମ୍ମୁ ବୈଷ୍ଣୋଦେବୀ ଭୂସ୍ଖଳନରେ ୩୬ ମୃତ, ବନ୍ୟାରେ ଭୟଙ୍କର ସ୍ଥିତି, ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହେଲେ

 

କେଦାରନାଥ ମନ୍ଦିର ନିକଟରୁ ମିଳିଲା କଙ୍କାଳ। ବର୍ଷକ ଧରି ନିଖୋଜ ଥିଲେ ତେଲେଙ୍ଗାନା ର ଏହି ଭକ୍ତ

 

୨୦୩୦ରେ ଭାରତକୁ ଫେରିପାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା।

 

ଆମେରିକାର କ୍ୟାଥୋଲିକ୍ ସ୍କୁଲରେ ଗୁଳି ମାଡ଼, ସୁଟର୍ ସମେତ ୩ ମୃତ, ୨୦ରୁ ଅଧିକ ଆହତ।

 

ଭାରତ ଉପରେ ଲାଗୁହେଲା ଟ୍ରମ୍ପଙ୍କ ୫୦% ଶୁଳ୍କ। ଅତିରିକ୍ତ ୨୫% ଶୁଳ୍କ ନୋଟିସ୍‌ ଜାରି

 

ଆମେରିକାରେ ‘ହାବୁବ’ ଧୂଳିଝଡ଼ ଆତଙ୍କ। ୪୦ ହଜାରରୁ ଅଧିକ ବିଦ୍ୟୁତ୍ ବିନା ରହିଲେ ଏବଂ ଫୋନିକ୍ସ ବିମାନବନ୍ଦରର ବନ୍ଦ

 

ଆଜି ଜନ୍ମଦିନ: ହରିହର ସୋରେନ, ନାରାୟଣ ଗୁରୁ, ଦୀପକ ତିଜୋରି, ପ୍ରିୟା ଦତ୍ତ

 

ଆଜି ତିରୋଧାନ: ରାଜା ଜୟସିଂହ, ସୁମିତ୍ରା ଦେବୀ

 

ଇତିହାସରେ ଆଜି: (୧୯୮୬) ଭାଗ୍ୟଶ୍ରୀ ସାଠେ ହେଲେ ପ୍ରଥମ ଭାରତୀୟ ମହିଳା ଚେସ ଗ୍ରାଣ୍ଡମାଷ୍ଟର/ (୧୯୬୩) ୱାଶିଂଟନ ର ଏଭରଗ୍ରୀନ ବ୍ରିଜ ଉଦଘାଟିତ/ (୧୯୯୬) ଚାର୍ଲସ ଓ ଡାଏନାଙ୍କ ବିବାହ ବିଚ୍ଛେଦ

=======================

*ବନ୍ଦେ ଉତ୍କଳ ଜନନୀ*