କୋଣାର୍କ ରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ପୁନଃ ଗ୍ରାହକ ପରିଚୟ ପ୍ରକ୍ରିୟା ( ରି – କେୱାଇସି ) ଏବଂ ଜନସୁରକ୍ଷା ପରିପୂର୍ଣ୍ଣତା ଶିବିର ଅନୁଷ୍ଠିତ ..

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମୋଦନ କୋଣାର୍କ ରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ପୁନଃ ଗ୍ରାହକ ପରିଚୟ ପ୍ରକ୍ରିୟା ( ରି – କେୱାଇସି ) ଏବଂ ଜନସୁରକ୍ଷା ପରିପୂର୍ଣ୍ଣତା ଶିବିର ଅନୁଷ୍ଠିତ l ଏହି କାର୍ଯ୍ୟକ୍ରମ କୁ କୋଣାର୍କ ୟୁକୋ ବ୍ୟାଙ୍କ ମୁଖ୍ୟ ପରିଚାଳକ କିଶୋର କୁମାର ମହାରଣାଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥିଭାବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଷ୍ଟେଟ ଜେନେରାଲ ମ୍ୟାନେଜର ଅନିତା ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ଅରବିଆଇ SLBC ଆଣ୍ଡ CGM ଗୌତମ ପାତ୍ର, GM,HO, OSD କଲିକତା ର ସରୋଜ ରଞ୍ଜନ ନାୟକ, ଜୋନାଲ ହେଡ଼ ଭୁବନେଶ୍ୱର ଭଗବତ ସିଂହ ଭାକୁଣି ଏବଂ ଶିମିଳି ଗ୍ରାମପଞ୍ଚାୟତ ର ସରପଞ୍ଚ ବିଶ୍ୱଜିତ ସ୍ୱାଇଁ ମଞ୍ଚାସିନ ହୋଇ ମହାପ୍ରଭୁ ଗଣେଶ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ନଡ଼ିଆ ବାଡେଇ ସଭାକାର୍ଯ୍ୟ ଆରମ୍ବ କରାଯାଇଥିଲା l ପ୍ରାରମ୍ଭରୁ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯାଇଥିଲା l ମୁଖ୍ୟ ଅତିଥି ଅନିତା ପଟ୍ଟନାୟକ ବ୍ୟାଙ୍କ ଗ୍ରାହକ ମାନଙ୍କୁ କେୱାଇସି, ନୋମିନି ଠାରୁ ଆରମ୍ଭକରି ଇନ୍ସୁରାନ୍ସ ପର୍ଯ୍ୟନ୍ତ ଟିକିନିଖି କରି ବୁଝାଇଥିଲେ l ପରେପରେ ସରୋଜ ରଞ୍ଜନ ନାୟକ ବ୍ୟାଙ୍କ ର ଛୋଟ ବଡ଼ ସମସ୍ୟାକୁ ଗୁରୁତ୍ୱ ର ସହିତ ଗ୍ରହଣ କରିବାକୁ ସୂଚନା ଦେବା ସହିତ ପ୍ରତି ପଞ୍ଚାୟତ ରେ ଶନିବାର ଏବଂ ରବିବାର ଛୁଟିଦିନ ମାନଙ୍କରେ ଶିବିର କରାଯାଇ ପଞ୍ଚାୟତ ବାସୀ ଙ୍କୁ ବ୍ୟାଙ୍କ ସମ୍ବୋଧିୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ l ରିଜର୍ଭ ବ୍ୟାଙ୍କ ର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ଶିମିଳି ଗ୍ରାମପଞ୍ଚାୟତ ସରପଞ୍ଚ ବିଶ୍ୱଜିତ ସ୍ୱାଇଁ l ସଭା ଶେଷରେ ଅତିଥିମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଦିଆଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରୀଜିଲ୍ଲା ର ବିଭିନ୍ନ ବ୍ୟାଙ୍କର ମ୍ୟାନେଜର ଓ କର୍ମୀ ଯୋଗଦେବା ସହିତ ବିଭିନ୍ନ ଗୋଷ୍ଠୀ ର ମହିଳା ଏବଂ ବିଭିନ୍ନ ସାମାଜିକ ସଂଗଠନ ର ପାଞ୍ଚଶହରୁ ଉର୍ଦ୍ଧ ମହିଳା ପୁରୁଷ ଅଂଶଗ୍ରହଣ କରିଥିବା ବେଳେ ପୁରୀ ୟୁକୋ ବ୍ୟାଙ୍କ ମୁଖ୍ୟ ପରିଚାଳକଙ୍କ ପ୍ରଚେଷ୍ଟା ରେ ଅଗ୍ରଣୀ ଅନୁଷ୍ଠାନ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ସମସ୍ତ ସଦସ୍ୟା ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି କୋଣାର୍କ ବ୍ରାଞ୍ଚ ହେଡ଼ କିଶୋର କୁମାର ମହାରଣା ଙ୍କୁ ପ୍ରଶଂସା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
