ବନାଗ୍ନୀ ନିବାରଣ ସଚେତନ ଶୋଭା ଅନୁଷ୍ଠିତ
କୋଟପାଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ଘୁମର ପଞ୍ଚାୟତ ର ନେଉର ପାଲି ଗ୍ରାମରେ ଓଡିଶା ସରକାର ଜଙ୍ଗଲ. ପରିବେଶ ଓ ଜଳ ବାୟୁ ପରିଵର୍ତନ ବିଭାଗ ପକ୍ଷ ରୁ ବନାଗ୍ନି ନିବାରଣ, ନିୟନ୍ତ୍ରଣ ଏବଂ ପରିଚାଳନା ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶ୍ରୀମତୀ କୋମଳା ଭତ୍ରା. ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀମତି ସ୍ନେହ ପ୍ରଭା ମାଝୀ. ଯୋଗ ଦେଇଥିବା ବେଳେ ସାନମାନୀୟ ଅତିଥି ଭାବେ ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର ଯୋଗ ଦେଇ ବୃକ୍ଷ ରୋପଣ, ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ ନିଆଁ ଲିଭାଇଵା ସହ ଜଙ୍ଗଲ ସୁରକ୍ଷା କୁ ନେଇ ପରାମର୍ଶ ପ୍ରଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ବିକାଶ ସଂଘଠନ ର ମୁଖ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ସାବତ, ଘୁମର ସରପଞ୍ଚ କମଳା ପୂଜାରୀ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଗୀତା ମାଝୀ ବ୍ଲକ ଉପାଧ୍ୟକ୍ଷ ତପନ ପାଣିଗ୍ରାହୀ ଓ ଏଲ ଏମ ମୁଖ୍ୟ ନମିତା ବାଘ,ବବିଆ ସରପଞ୍ଚ ଶ୍ରୀମତୀ ବନିତା ମାଝୀ ମଂଚାସୀନ ଥିଲେ I କୋଟପାଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରସନ କୁମାର ସାହୁ ଫୋରେଷ୍ଟର ଶ୍ରୀ ରାମ ଭତ୍ରା, ମିହିର କାନ୍ତ ପ୍ରଧାନ, ଦେବେନ୍ଦ୍ର ମାଝୀ, ଙ୍କ ସମେତ ସ୍ଵଛ ସାଥି, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସହ ଶତାଧିକ ଗ୍ରାମ ବାସୀ ମାନେ ଆଜି ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଜଣାଯାଇଛି I
ହରିଶ କୁମାର ପଟନାୟିକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା