November 16, 2024

ହାତଗଣ୍ଠି ପଡିବା ପୂର୍ବରୁ ବେଦୀରୁ ଉଠିଗଲା କନ୍ୟା

Share

ହାତଗଣ୍ଠି ପଡିବା ପୂର୍ବରୁ ବେଦୀରୁ ଉଠିଗଲା କନ୍ୟା

 

ବୁଗୁଡ଼ା : ତା ୨୪/୦୪/୨୩ : ବାହାଘର ପାଇଁ ପହଞ୍ଚି ଥିଲା ବର l ଭୋଜି ଭାତ ସରିବା ପରେ ବେଦୀରେ ପହଞ୍ଚି ଥିଲେ ବର କନ୍ୟା l ପୁରୋହିତଙ୍କ ମନ୍ତ୍ର ପାଠ ସହ ଆରମ୍ଭ ହେଲା ବାହାଘର ହେଲେ ହାତ ଗଣ୍ଠି ପଡ଼ିବାକୁ ଗଲା ବେଳେ ବାହା ବେଦୀରୁ ଉଠି ପଡିଲା କନ୍ୟା । ଶେଷରେ ଶିଶୁପାଳ ହୋଇ ଫେରିଲା ବର l ଏମିତି ଏକ ରୋଚକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକର ଗ୍ରାମରେ l ସେହି ଗ୍ରାମର ଜଣେ ଯୁବତୀଙ୍କ ବାହାଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜଣେ ଯୁବକଙ୍କ ସହ ଠିକ୍ ହୋଇଥିଲା l ବାହାଘର ବୁଗୁଡ଼ା ନିକଟ ମା ସାଙ୍କୁଲେଇ ପୀଠରେ କରିବା ପାଇଁ ସ୍ଥିର ହୋଇଥିବାରୁ ଗତକାଲି ଉଭୟ ପରିବାର ବନ୍ଧୁ ବାନ୍ଧବଙ୍କ ସହ ସାଙ୍କୁଲେଇ ପୀଠରେ ପହଞ୍ଚି ଥିଲେ l ମଧ୍ୟାହ୍ନରେ ଭୋଜିଭାତର ଆୟୋଜନ ପରେ ଅପରାହ୍ନରେ ବାହାଘର କାର୍ଯ୍ୟ ଆରମ୍ଭ ହୋଇଥିଲା l ବେଦୀ ଉପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ ହାତ ଗଣ୍ଠି ପକାଇବା ପାଇଁ ପୁରୋହିତ ଯେତେବେଳେ କହିଥିଲେ ସେତେବେଳେ ମୁଁ ଏଠି ବାହା ହେବିନି ମୋର ଅନ୍ୟ ଜଣକ ସହ ସମ୍ପର୍କ ଅଛି କହି ବେଦୀରୁ ଉଠି ପଡିଲା କନ୍ୟା l ଆଉ କାବା ହୋଇଗଲେ ପରିବାର ଓ ବନ୍ଧୁ ବାନ୍ଧବ l ବହୁତ ବୁଝାଶୁଝା ପରେ ବି ଶୁଣିଲାନି କନ୍ୟା । ଶେଷରେ କଥା ଯାଇ ପହଞ୍ଚିଲା ବୁଗୁଡ଼ା ଥାନାରେ l ଘଟଣା ପରେ ବର ଫେରି ପଳାଇଥିବା ବେଳେ ପୋଲିସ ସମ୍ପୃକ୍ତ କନ୍ୟା ଓ ଖଲ୍ଲିକୋଟ ଥାନା ଅଞ୍ଚଳର ପ୍ରେମିକକୁ ଆଣି ଥାନାରେ ବୁଝାଶୁଝା କରିଥିଲେ ହେଁ କୌଣସି ସମାଧାନ ହୋଇ ନପାରିବାରୁ କନ୍ୟାକୁ ସୁଧାର ଗୃହକୁ ପଠାଇ ଦେଇଥିବା ବେଳେ ପ୍ରେମିକକୁ ଛାଡି ଦେଇଥିଲେ l

ରିପୋର୍ଟ ବୁଗୁଡ଼ା / ହର ପ୍ରସାଦ ପାଢି