ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଭାଜପା ର କାର୍ଗିଲ ବିଜୟ ଦିବସ ପାଳନ………..
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି ।
ପ୍ରତି ବର୍ଷ ୨୬ଜୁଲାଇ ତାରିଖ ଦିନକୁ ବିଜେପି ତରଫରୁ ସାରା ଦେଶରେ କାର୍ଗିଲ ବିଜୟ ଦିବସ ରୁପେ ପାଳନ କରି ଆସୁଅଛି, ଦେଶର ଶୁବୀରଙ୍କ ଗୌରବ ଗାଥା କୁ ମନେ ପକାଇବା ତାଙ୍କ ବଳୀଦାନ କୁ ମନେପକାଇବା ଅବସରରେ ଏହି ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହୋଇ ଥିବା ପରାକ୍ରମକୁ ମନେ ପକାଇବା ଏବଂ ତାଙ୍କ ପରିଜନଙ୍କୁ ସନ୍ମାନିତ କରିବା ଏହାର ଉଦ୍ଧେଶ୍ୟ। ୧୯୯୯ ମସିହା ରେ ପାକିସ୍ଥାନ ର କାଶ୍ମୀର ଉପରେ ଲଲୁପ ଦୃଷ୍ଟି କୁ ନେଇ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା ଲଦ୍ଧାକ୍ ର ଟାଇଗର ହିଲ ଠାରେ ୧୮୦୦୦ ଫୁଟ ଉଚ୍ଚତା -୧୩ ଡିଗ୍ରୀ ଥଣ୍ଡା ରେ ଭାରତର ବରୀ ଯବାନ ଏହି ଯୁଦ୍ଧ ଲଢିଥିଲେ ଏଥିରେ ୦୫୨୭ ଜଣ ଭାରତୀୟ ସେନା ବୀରଗତିକୁ ପ୍ରାପ୍ତ ହୋଇଥିଲେ ଦୀର୍ଘ ଦୁଇ ମାସ ଏହି ଯୁଦ୍ଧ ଚାଲିଥିଲା ୨୬ଜୁଲାଇ ତାରିଖ ଦିନ ଏହା ସମାପ୍ତ ହୋଇଥିଲା ଏଥିରେ ଭାରତୀୟ ସେନା ବିଜୟ ହାସଲ କରିଥିଲେ ।
ଏହି ବିଜୟ ଉତ୍ସବ ପାଳନ କରିବାକୁ ଆମ ଅଞ୍ଚଳର ଜଣେ କାର୍ଗିଲ ଯୋଦ୍ଧାଙ୍କୁ ଡାକି ପୂଷ୍ପମାଲ୍ୟ ଓ ଉପଢଉକନ ପ୍ରାଦାନ କରି ସନ୍ମାନିତ କରାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ଟିଙ୍କୁ ଭାଇ, ମୁନା ଭାଇ, ଶ୍ରୀନୁ ଭାଇ, ଦୁକାଲୁ ମେହେର, ଅଭିରାମ ଭାଇ, ରାମ ଗଣ୍ଡ,ଜଟି ଭାଇ, ଶଙ୍କର ମେସ୍ତ୍ରି ପ୍ରମୁଖ ଉପସ୍ଥିତ ଥିଲେ ।
